ରାଜପଥର ୫୦୦ ମିଟର ଦୂରରେ ରହିବ ମଦ ଦୋକାନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଦ ଦୋକାନକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆଉ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ରହିବ ନାହିଁ ମଦଦୋକାନ। ରାଜ୍ୟ ଓ ଜାତୀୟ ରାଜପଥଠାରୁ ଅତିକମ୍‌ରେ ୫୦୦ ମିଟର ଦୂରରେ ମଦ ଦୋକାନ ରହିବ। ଏହି ନିୟମ ଆସନ୍ତା ବର୍ଷ ଏପ୍ରିଲରୁ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜପଥରେ ମଦଦୋକାନ ନେଇ ଚାଲିଥିବା ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ […]

supreme-court

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 12:38 PM IST

ନୂଆଦିଲ୍ଲୀ: ମଦ ଦୋକାନକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆଉ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ରହିବ ନାହିଁ ମଦଦୋକାନ। ରାଜ୍ୟ ଓ ଜାତୀୟ ରାଜପଥଠାରୁ ଅତିକମ୍‌ରେ ୫୦୦ ମିଟର ଦୂରରେ ମଦ ଦୋକାନ ରହିବ। ଏହି ନିୟମ ଆସନ୍ତା ବର୍ଷ ଏପ୍ରିଲରୁ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜପଥରେ ମଦଦୋକାନ ନେଇ ଚାଲିଥିବା ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍‌ ମୁଖ୍ୟମାନେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହା ବ୍ୟତୀତ ମଦ ବିଜ୍ଞାପନ ଓ ବ୍ୟାନର ହଟାଇବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାତୀୟ ରାଜପଥରେ ମଦ ଦୋକାନ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ତେଣୁ ଲୋକଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

Related story