ୱାଶିଂଟନ୍: ଆମେରିକାର ଭର୍ଜିନିଆରେ ବୁଧବାର ଏକ ଲାଇଭ୍ ଟିଭି ଶୋ’ ବେଳେ ଜଣେ ସାମ୍ବାଦିକ ଓ ଜଣେ କ୍ୟାମେରା ପର୍ସନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେମାନେ ହେଲେ ଏଲିସନ୍ ପାର୍କର (୨୭) ଓ ଏଡମ୍ ୱାଇ (୨୪)।
ଘଟଣାଟି ଘଟିଥିଲା ସକାଳ ପ୍ରାୟ ୬ଟା ୪୫ ମିନିଟରେ। ପ୍ରାଣ ହରାଇଥିବା ସାମ୍ୱାଦିକ ଓ କ୍ୟାମେରା ପର୍ସନ ଥିଲେ ଡବ୍ଲ୍ୟୁବିଜେ୭ ଟିଭି ଚ୍ୟାନେଲର। ଚ୍ୟାନେଲର ସକାଳର ଏକ ଲାଇଭ୍ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ସାକ୍ଷାତକାର ନେଉଥିଲେ ଏଲିସନ୍ ଓ ଏଡମ୍। ସେତିକି ବେଳେ ଜଣେ ଅଜଣା ବ୍ୟକ୍ତି ଆସି ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।
ପୁଲିସ୍ ଘଟଣାର ତଦନ୍ତ କରୁଛି ଓ ହତ୍ୟାକାରୀକୁ ଖୋଜୁଛି।