ଜମି ଅଧିଗ୍ରହଣ ବିଲ୍ ପୁଣି ଲୋକସଭାରେ ଆଗତ; ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ସୋମବାର ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ସରକାର ପୁଣି ଥରେ ଜମି ଅଧିଗ୍ରହଣ ବଲକୁ ଲୋକସଭାର ଆଗତ କରିଛନ୍ତି। ଗିରିରାଜ ସିଂହଙ୍କ ସୋନିଆ ଗାନ୍ଧୀ ବିରୋଧୀ ମନ୍ତବ୍ୟ ନେଇ ହଙ୍ଗାମା ହେବା ପରେ ସରକାର ଏହି ବିଲକୁ ଗୃହରେ ଆଗତ କରିଥିଲେ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ ଏହାକୁ ଗୃହରେ ଆଗତ କରିଥିଲେ। ତେବେ କଂଗ୍ରେସ ସମେତ ଅନ୍ୟ କେତକ ବିରୋଧୀ ଦଳ କୃଷକଙ୍କ ହିତରେ ନାରାବାଜୀ […]

rajiv rudy parliament

Rakesh Mallick
  • Published: Monday, 20 April 2015
  • , Updated: 21 April 2015, 06:18 AM IST

ନୂଆଦିଲ୍ଲୀ: ସୋମବାର ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ସରକାର ପୁଣି ଥରେ ଜମି ଅଧିଗ୍ରହଣ ବଲକୁ ଲୋକସଭାର ଆଗତ କରିଛନ୍ତି। ଗିରିରାଜ ସିଂହଙ୍କ ସୋନିଆ ଗାନ୍ଧୀ ବିରୋଧୀ ମନ୍ତବ୍ୟ ନେଇ ହଙ୍ଗାମା ହେବା ପରେ ସରକାର ଏହି ବିଲକୁ ଗୃହରେ ଆଗତ କରିଥିଲେ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ ଏହାକୁ ଗୃହରେ ଆଗତ କରିଥିଲେ। ତେବେ କଂଗ୍ରେସ ସମେତ ଅନ୍ୟ କେତକ ବିରୋଧୀ ଦଳ କୃଷକଙ୍କ ହିତରେ ନାରାବାଜୀ ଆରମ୍ଭ କରି ଥିଲେ। ହୋହାଲ୍ଲା ବଢ଼ିବା ଯୋଗୁ ଗୃହ କାର୍ଯ୍ୟ ଅଚଳ ହୋଇଯାଇଥିଲା। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଏହି ବିଲ୍ ୯ଟି ସଂଶୋଧନ ସହିତ ଲୋକସଭାରେ ପାରିତ ହୋଇଯାଇଥିଲା। ତେବେ ରାଜ୍ୟସଭାରେ ଏହା ପାରିତ ହୋଇପାରିନଥିଲା। ତେଣୁ ସରକାର ଜମି ଅଧିଗ୍ରହଣ ନେଇ ପୁଣି ଥରେ ଅଧ୍ୟାଦେଶ ଜାରି କରିଥିଲେ। ଏପ୍ରିଲ ୩ରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଏହାକୁ ମଞ୍ଜୁରୀ ଦେଇଥିଲେ। ତେଣୁ ଏହି ବିଲ୍ ଆଉ ଥରେ ଲୋକସଭାରେ ଆଗତ କରି ପାରିତ କରାଇବାକୁ ପଡ଼ିବ। ଆଜି ଯେଉଁ ଜମି ଅଧିଗ୍ରହଣ ବିଲ୍ଟି ସରକାର ଲୋକସଭାରେ ଆଗତ କରାଯାଇଛି ସେଥିରେ ଗତଥର ଗୃହରେ ଗ୍ରହଣ କରାଯାଇଥିବା ୯ଟି ସଂଶୋଧନକୁ ବି ଅନ୍ତର୍ଭୁକ୍ତ କରାଯାଇଛି।

ଜମି ଅଧିଗ୍ରହଣ ବିଲ୍ ବ୍ୟତୀତ ସରକାର ଏହି ଅଧିବେଶନରେ ରଅଲ ଇଷ୍ଟେଟ୍ ବିଲ୍, ଜିଏସଟି ବିଲ୍ ଓ କଳାଧନ ବିରୋଧୀ ବିଲ୍ ଆଣିପାରନ୍ତି।

ମେ’ ୮ ପର୍ଯ୍ୟନ୍ତ ଲୋକସଭାର ଦ୍ୱିତୀୟ ଅଧିବେଶନ ଚାଲିବ । ସେହିପରି ରାଜ୍ୟସଭା ମେ’୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଉଭୟ ଗୃହର ୧୩ଟି କାର୍ଯ୍ୟ ଦିବସ ରହିବ।

Related story