ଲଣ୍ଡନ: କରୋନାର ନୂଆ ଷ୍ଟ୍ରେନକୁ ନେଇ ବ୍ରିଟେରେ ବଢିଲା ସଙ୍କଟ। ମଙ୍ଗଳବାରଠାରୁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । କରୋନାର ସଂକ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହି ଘୋଷଣା କରିଛନ୍ତି । ଆସନ୍ତା ଫେବୃଆରୀ ମଧ୍ୟ ପର୍ଯ୍ୟନ୍ତ ଷ୍ଟେ ଅନ୍ ହୋମ୍ ଲକ୍ଡାଉନ୍ ବଳବତ୍ତର ରହିବ ।
ଘାତକ କରୋନା ଭାଇରସଠାରୁ ଦୂରରେ ରହିବାକୁ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି ଘୋଷଣା ସହ ଲୋକଙ୍କୁ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ମଙ୍ଗଳବାରଠାରୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନ୍ଲାଇନ୍ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। ଲକ୍ଡାଉନ୍ ଘୋଷଣା ସହ ଲୋକଙ୍କ ଘରୁ ବାହାରିବା ପ୍ରାୟ ବନ୍ଦ ହୋଇଯିବ । କେବଳ ଜରୁରୀ କାମରେ ଲୋକେ ଘରୁ ବାହାରି ପାରିବେ । ସୋମବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଯେପରି ଭାବେ ସଂକ୍ରମଣ ବଢିଚାଲିଛି ଆମକୁ ଆହୁରି ସଂଘର୍ଷ କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍।
ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ। ନିୟମିତ ଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ବ୍ରିଟେନରେ କ୍ଷୀପ୍ର କ୍ଷତିରେ କରୋନା ନୂଆ ଷ୍ଟ୍ରେନ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୮୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ।