ସୁଶାନ୍ତଙ୍କ ମୃତ୍ୟୁ ଦିନ କ’ଣ ହୋଇଥିଲା? ଗୁମର ଖୋଲିଲେ ତାଲା ଭାଙ୍ଗିଥିବା ବ୍ୟକ୍ତି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଜୁନ୍‌ ୧୪ ତାରିଖ ସକାଳୁ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ମିଳିଥିଲା। ଜଣେ ଲକସ୍ମିଥଙ୍କୁ ଡାକି ସୁଶାନ୍ତଙ୍କ ରୁମର ତାଲାକୁ ଭଙ୍ଗା ଯାଇଥିଲା। ସୁଶାନ୍ତ ବାରମ୍ବାର ଫୋନର ଜବାବ ନ ଦେବା ଓ କବାଟ ନ ଖୋଲିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ତେବେ ସେଦିନ ତାଲା ଖୋଲିବାକୁ କିଏ ଡାକିଥିଲା ଓ ସେ ଦିନ କ’ଣ ହୋଇଥିଲା, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହାର […]

da

Hemant Lenka
  • Published: Saturday, 22 August 2020
  • , Updated: 22 August 2020, 04:35 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଜୁନ୍‌ ୧୪ ତାରିଖ ସକାଳୁ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ମିଳିଥିଲା। ଜଣେ ଲକସ୍ମିଥଙ୍କୁ ଡାକି ସୁଶାନ୍ତଙ୍କ ରୁମର ତାଲାକୁ ଭଙ୍ଗା ଯାଇଥିଲା। ସୁଶାନ୍ତ ବାରମ୍ବାର ଫୋନର ଜବାବ ନ ଦେବା ଓ କବାଟ ନ ଖୋଲିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା।

ତେବେ ସେଦିନ ତାଲା ଖୋଲିବାକୁ କିଏ ଡାକିଥିଲା ଓ ସେ ଦିନ କ’ଣ ହୋଇଥିଲା, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହାର ଜବାବ ସେ ଦିନ ତାଲା ଖୋଲିଥିବା ବ୍ୟକ୍ତ ମହମ୍ମଦ ରଫି ଶେଖ ଦେଇଛନ୍ତି। ସେ ପୂରା ଘଟଣାର ପର୍ଦ୍ଦା ହଟାଇ ହତ୍ୟା ଅଭିଯୋଗକୁ ଆହୁରି ଦୃଢ଼ିଭୂତ କରିଛନ୍ତି।

ମହମ୍ମଦ ଗୋଟିଏ ଗଣମାଧ୍ୟମକୁ କ’ଣ ସବୁ ତଥ୍ୟ ଦେଇଛନ୍ତି ଆସନ୍ତୁ ଜାଣିବା-

ମହମ୍ମଦ-ମୋତେ ରୁମ୍‌ର ତାଲା ଭାଙ୍ଗିବାକୁ ଡକା ଯାଇଥିଲା

ରିପୋର୍ଟର-ସେ ରୁମର ଲକ କେଉଁଠି ଥିଲା? କେଉଁ ଲକ ଆପଣ ଭାଙ୍ଗିଛନ୍ତି?

ମହମ୍ମଦ-ଶୋଇବା ଘରର ଲକ ମୋତେ ଭାଙ୍ଗିବାକୁ ଡକା ଯାଇଥିଲା

ରିପୋର୍ଟର-କ’ଣ ବେଡ୍‌ ରୁମ ଲକ ଥିଲା

ମହମ୍ମଦ-ହଁ

ରିପୋର୍ଟର-କେମିତି କା ଲକ ଥିଲା?

ମହମ୍ମଦ- ବେଡ୍‌ ରୁମର ଲକ କମ୍ପ୍ୟୁଟର ଦ୍ୱାରା କରାଯାଇଥିଲା

ରିପୋର୍ଟର-ଆପଣ କେମିତି କମ୍ପ୍ୟୁଟର ଦ୍ୱାରା ହୋଇଥିବା ଲକକୁ ଭାଙ୍ଗିଲେ ବା ଖୋଲିଲେ?

ମହମ୍ମଦ-ମୁଁ ଏହାକୁ ହାତୁଡ଼ି ଓ ଛୁରୀ ଦ୍ୱାରା ଭାଙ୍ଗିଥିଲି। କବାଟ ଖୋଲିବା କ୍ଷଣି ସେଠାରେ ଥିବା ଲୋକମାନେ ଭିତରେ କ’ଣ ହୋଇଛି ଓ କିଏ ଅଛନ୍ତି, ସେକଥା ଦେଖିବାକୁ ଦେଇ ନଥିଲେ। ସେମାନେ ମୋତେ ଚାଲି ଯିବାକୁ କହିଥିଲେ।

ରିପୋର୍ଟର-ଆପଣଙ୍କୁ କିଏ ଚାଲି ଯିବାକୁ କହିଥିଲେ?

ମହମ୍ମଦ-ସେଠାରେ ୩ରୁ ୪ ଜଣ ଥିଲେ। ମୁଁ ସେମାନଙ୍କ ନାଁ ଜାଣିନି।

ରିପୋର୍ଟର-ତାଲା ଭାଙ୍ଗିବା ପାଇଁ ଆପଣ କେତେ ଟଙ୍କା ନେଇଥିଲେ?

ମହମ୍ମଦ-ମୁଁ ସେମାନଙ୍କୁ କମ୍ପ୍ୟୁଟର ଦ୍ୱାରା ଲକ ଭାଙ୍ଗିଲେ ୧୫ଶହରୁ ୨ ହଜାର ଟଙ୍କା ଲାଗିବ ବୋଲି କହିଥିଲି। ସେମାନେ ଟଙ୍କା ଦେବାକୁ ତୁରନ୍ତ ରାଜି ହୋଇ ଯାଇଥିଲେ।

ରିପୋର୍ଟର-ଏହାପରେ କ’ଣ ହେଲା?

ମହମ୍ମଦ-କବାଟର ଲକ ଭାଙ୍ଗିବା କ୍ଷଣି ସେମାନେ ମୋତେ ପାଉଣା ଦେଇ ତୁରନ୍ତ ଚାଲି ଯିବାକୁ କହିଥିଲେ। ଭିତରକୁ ଆଦୌ ଦେଖିବାକୁ ଦେଇ ନଥିଲେ।

ରିପୋର୍ଟର-କ’ଣ ସେତେବେଳେ ପୁଲିସ୍‌ ଥିଲା? ପୁଲିସ୍‌କୁ ସେମାନେ ଫୋନ କରିଥିଲେ କି?

ମହମ୍ମଦ-ନା, ସେତେବେଳେ ପୁଲିସ୍‌ ନଥିଲେ।

ରିପୋର୍ଟର-ତାଲା ଖୋଲା ଯିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ କି?

ମହମ୍ମଦ- ନା, ସେମାନେ ବେଶ ରିଲାକ୍ସ ରହିଥିଲେ।

ରିପୋର୍ଟର- ଆପଣ ଫ୍ଲାଟକୁ କେମିତି ଗଲେ ଓ କ’ଣ ଦେଖିଲେ?

ମହମ୍ମଦ- ମୁଁ ଷଷ୍ଠ ମହଲାକୁ ଯାଇଥିଲି। ୬ଷ୍ଠ ମହଲାରେ ଗୋଟିଏ ଡୁପ୍ଲେକ୍ସ ଫ୍ଲାଟ ଭିତରକୁ ଯାଇଥିଲି। ଫ୍ଲାଟର ଉପର ମହଲାରେ ଥିବା ରୁମର ତାଲା ଭାଙ୍ଗିଥିଲି।

ରିପୋର୍ଟର- ଆପଣ ଯାଇଥିବା ବେଳେ ସମୟ କେତେ ହୋଇଥିଲା।

ମହମ୍ମଦ- ପ୍ରାୟ ୧.୩୦ରୁ ୧.୪୫ ହେବ।

ରିପୋର୍ଟର- ଆପଣ କେତେଥର ସେଠାକୁ ଯାଇଛନ୍ତି।

ମହମ୍ମଦ- ମୁଁ ସେଦିନ ଦୁଇ ଥର ଯାଇଛି।

ରିପୋର୍ଟର-ପ୍ରଥମଥର ଆପଣ କ’ଣ ଦେଖିଥିଲେ?

ମହମ୍ମଦ-ପ୍ରଥମଥର ମୁଁ ସେଠାକୁ ଯାଇ ଲକ ଭାଙ୍ଗିଥିଲି। ଏହାପରେ ସେଠାରେ ଥିବା ଲୋକମାନେ ମୋତେ ତୁରନ୍ତ ସେଠାରୁ ବିଦା କରି ଦେଇଥିଲେ। ରୁମ ଭିତକୁ ବି ସେମାନେ ମୋତେ ଦେଖିବାକୁ ଦେଇ ନଥିଲେ। ଏହାର ପ୍ରାୟ ଘଣ୍ଟାଏ ପରେ ପୁଲିସ୍‌ ମୋତେ ଏଠାକୁ ଡାକିଥିଲା। ଏହାପରେ ମୁଁ ପୁଣି ଆସିଥିଲି।

ରିପୋର୍ଟର-କ’ଣ ଆପଣ ତାଲା ଭାଙ୍ଗିବା ବେଳେ ସେଇଟା ସୁଶାନ୍ତଙ୍କ ଫ୍ଲାଟ ଥିଲା ବୋଲି ଜାଣିଥିଲେ କି?

ମହମ୍ମଦ- ନା, ମୁଁ ଦ୍ୱିତୀୟ ଥର ଯିବା ପରେ ଜାଣିଲି ଯେ ସେଇଟା ସୁଶାନ୍ତଙ୍କ ଘର ଥିଲା।

ତାଲା ଭାଙ୍ଗିଥିବା ବ୍ୟକ୍ତିଙ୍କୁ କିଏ ଡାକିଥିଲା ଓ ତାଙ୍କୁ କାହିଁକି ରୁମ ଭିତରେ କ’ଣ ଘଟିଛି, ଦେଖିବାକୁ ଦିଆଗଲା ନାହିଁ, ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଏବେ ଛିଡ଼ା ହୋଇଛି। ସିବିଆଇ ଏବେ ଘଟଣାର ତଦନ୍ତ କରୁଛି। ଆଜି ସିବିଆଇ ଟିମ୍‌ ସୁଶାନ୍ତଙ୍କ ଫ୍ଲାଟକୁ ଯାଇ ଛାନଭିନ କରିଛି।

Related story