ଲୋକସଭାରେ ପାସ୍‌ ହେଲା ଆୟକର ସଂଶୋଧନ ବିଲ୍‌

ନୂଆଦିଲ୍ଲୀ: ଲୋକସଭାରେ ଆଜି ଆୟକର ସଂଶୋଧନ ବିଲ୍‌ ୨୦୧୬ ପାସ୍‌ ହୋଇଛି। ତେବେ ଏହି ବିଲ୍‌ ଉପରେ ଅଧିକ ଆଲୋଚନା ପାଇଁ କଂଗ୍ରେସ ଚାହୁଥିଲା। ଅନ୍ୟପକ୍ଷରେ ବିଜେପି ତାର ସମସ୍ତ ସାଂସଦମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ବିଲ୍‌ ଉପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି କେନ୍ଦ୍ର ସରକାର କଳାଧନ ବିରୋଧରେ ଲଗାତାର ପଦକ୍ଷେପ ଗ୍ରହଣ କରିଛନ୍ତି। ଓ ଦେଶରେ କଳାଧନ ଆଇନ ଆଣିଛନ୍ତି, ଯାହାଫଳରେ ପାଖାପାଖି ୭୦ହଜାର କୋଟି କଳାଧନ ପଦାକୁ ଆସିଛି। […]

parliament

Rakesh Mallick
  • Published: Tuesday, 29 November 2016
  • , Updated: 30 November 2016, 09:20 AM IST

ନୂଆଦିଲ୍ଲୀ: ଲୋକସଭାରେ ଆଜି ଆୟକର ସଂଶୋଧନ ବିଲ୍‌ ୨୦୧୬ ପାସ୍‌ ହୋଇଛି। ତେବେ ଏହି ବିଲ୍‌ ଉପରେ ଅଧିକ ଆଲୋଚନା ପାଇଁ କଂଗ୍ରେସ ଚାହୁଥିଲା। ଅନ୍ୟପକ୍ଷରେ ବିଜେପି ତାର ସମସ୍ତ ସାଂସଦମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ବିଲ୍‌ ଉପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି କେନ୍ଦ୍ର ସରକାର କଳାଧନ ବିରୋଧରେ ଲଗାତାର ପଦକ୍ଷେପ ଗ୍ରହଣ କରିଛନ୍ତି।

ଓ ଦେଶରେ କଳାଧନ ଆଇନ ଆଣିଛନ୍ତି, ଯାହାଫଳରେ ପାଖାପାଖି ୭୦ହଜାର କୋଟି କଳାଧନ ପଦାକୁ ଆସିଛି।

ଏହା ପୂର୍ବରୁ ସଂସଦର ଉଭୟ ଗୃହରେ ବିମୁଦ୍ରାକରଣ ଉପରେ ହଟ୍ଟଗୋଳ ହୋଇଥିଲା। ଯେଉଁଥିପାଇଁ ଦୁଇଥର ଲୋକସଭାକୁ ସ୍ଥଗିତ ମଧ୍ୟ ରଖାଯାଇଥିଲା। ରାଜ୍ୟସଭାରେ ବିରୋଧୀ ସାଂସଦମାନେ “ନରେନ୍ଦ୍ର ମୋଦି ସଦନ ମେ ଆଓ”ର ନାରାବାଜୀ କରିଥିଲେ।

Related story