ସାଂସଦ କାର୍ତ୍ତି ଚିଦାମ୍ବରମ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଲୋକସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେସନରେ ରହିଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। କାର୍ତ୍ତି କହିଛନ୍ତି, “ମୁଁ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇଛି। ମୋ ଶରୀରରେ ବହୁତ କମ ଲକ୍ଷଣ ଦେଖାଯାଉଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶକ୍ରମେ ମୁଁ ହୋମ କ୍ୱାରେଣ୍ଟାଇନରେ ରହିଛି। ମୋ ସଂସ୍ପର୍ଶରେ ଯେଉଁମାନେ […]

r

Hemant Lenka
  • Published: Monday, 03 August 2020
  • , Updated: 03 August 2020, 02:39 PM IST

ନୂଆଦିଲ୍ଲୀ: ଲୋକସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେସନରେ ରହିଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

କାର୍ତ୍ତି କହିଛନ୍ତି, “ମୁଁ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇଛି। ମୋ ଶରୀରରେ ବହୁତ କମ ଲକ୍ଷଣ ଦେଖାଯାଉଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶକ୍ରମେ ମୁଁ ହୋମ କ୍ୱାରେଣ୍ଟାଇନରେ ରହିଛି। ମୋ ସଂସ୍ପର୍ଶରେ ଯେଉଁମାନେ ବି ଆସିଛନ୍ତି, ସେମାନେ ସମସ୍ତେ ମେଡିକାଲ ପ୍ରୋଟକଲକୁ ମାନି କାର୍ଯ୍ୟ କରନ୍ତୁ।”

ଗତକାଲି ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତା ଶାହ ଓ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦ୍ୟୁରପ୍ପାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

Related story