ପରଲୋକରେ ବାଚସ୍ପତି ଓମ୍ ବିର୍ଲାଙ୍କ ବାପା

ନୂଆଦିଲ୍ଲୀ: ପରଲୋକରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବାପା ଶ୍ରୀକୃଷ୍ଣ ବିର୍ଲା। ବିଳମ୍ବିତ ରାତିରେ ଓମ୍ ବିର୍ଲାଙ୍କ ବାପାଙ୍କ ଦେହାନ୍ତ ହୋଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଆଜି ରାଜସ୍ଥାନ କୋଟାର କିଶୋରପୁରାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଶ୍ରୀକୃଷ୍ଣ ବିର୍ଲା ଜଣେ ସରକାରୀ କର୍ମଚାରୀ ଥିଲେ। ସେ ସେଲ୍ ଟ୍ୟାକ୍ସ ବିଭାଗରୁ ଅବସର ନେଇଥିଲେ। ଓମ୍ ବିର୍ଲା କୋଟାର ଲୋକସଭା ସାଂସଦ। ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା […]

Shri-Krishna-Birla (1)

Shri-Krishna-Birla (1)

Subhransu Sekhar
  • Published: Wednesday, 30 September 2020
  • Updated: 30 September 2020, 07:03 AM IST

ନୂଆଦିଲ୍ଲୀ: ପରଲୋକରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବାପା ଶ୍ରୀକୃଷ୍ଣ ବିର୍ଲା। ବିଳମ୍ବିତ ରାତିରେ ଓମ୍ ବିର୍ଲାଙ୍କ ବାପାଙ୍କ ଦେହାନ୍ତ ହୋଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଆଜି ରାଜସ୍ଥାନ କୋଟାର କିଶୋରପୁରାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଶ୍ରୀକୃଷ୍ଣ ବିର୍ଲା ଜଣେ ସରକାରୀ କର୍ମଚାରୀ ଥିଲେ। ସେ ସେଲ୍ ଟ୍ୟାକ୍ସ ବିଭାଗରୁ ଅବସର ନେଇଥିଲେ।

ଓମ୍ ବିର୍ଲା କୋଟାର ଲୋକସଭା ସାଂସଦ। ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଜାଣିବା ପରେ ଓମ୍ ବିର୍ଲା ସମସ୍ତ କାମ ବାତିଲ କରି ଘରକୁ ପଳାଇ ଆସିଥିଲେ। ଓମ୍ ବିର୍ଲାଙ୍କ ବାପା କୋଟାର ଜଣେ ବରିଷ୍ଠ ସାମାଜିକ କର୍ମୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos