ଲୋକସଭାରେ ଦିବ୍ୟାଙ୍ଗ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଲୋକସଭାରେ ଦିବ୍ୟାଙ୍ଗ ବିଲ୍‌ ପାରିତ ହୋଇଛି। ବିମୁଦ୍ରାକରଣକୁ ନେଇ ସଂସଦରେ ଅଚଳାବାସ୍ଥା ଲାଗି ରହିଥିବା ସତ୍ତ୍ୱେ ଶୀତକାଳୀନ ଅଧିବେଶନର ଶେଷ ଦିନରେ ଆଜି ଏହି ବିଲ୍‌କୁ ଲୋକସଭାରେ ମଞ୍ଜୁରୀ ମିଳିଛି। ବିଲ୍‌ରେ ଥିବା ପ୍ରାବଧାନ ଅନୁଯାୟୀ, ଦିବ୍ୟାଙ୍ଗଙ୍କ ବିରୋଧରେ ବାଛବିଚାର କରାଗଲେ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଓ ୫ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ଆଜି କିଛି ସମୟର ବିତର୍କ ପରେ ଲୋକସଭାରେ ସର୍ବସମ୍ମତି କ୍ରମେ ଏହା ଗୃହିତ […]

Indian-Parliament

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 09:26 PM IST

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଲୋକସଭାରେ ଦିବ୍ୟାଙ୍ଗ ବିଲ୍‌ ପାରିତ ହୋଇଛି। ବିମୁଦ୍ରାକରଣକୁ ନେଇ ସଂସଦରେ ଅଚଳାବାସ୍ଥା ଲାଗି ରହିଥିବା ସତ୍ତ୍ୱେ ଶୀତକାଳୀନ ଅଧିବେଶନର ଶେଷ ଦିନରେ ଆଜି ଏହି ବିଲ୍‌କୁ ଲୋକସଭାରେ ମଞ୍ଜୁରୀ ମିଳିଛି।

ବିଲ୍‌ରେ ଥିବା ପ୍ରାବଧାନ ଅନୁଯାୟୀ, ଦିବ୍ୟାଙ୍ଗଙ୍କ ବିରୋଧରେ ବାଛବିଚାର କରାଗଲେ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଓ ୫ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ଆଜି କିଛି ସମୟର ବିତର୍କ ପରେ ଲୋକସଭାରେ ସର୍ବସମ୍ମତି କ୍ରମେ ଏହା ଗୃହିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ଥିଲେ।

ସଂଶୋଧନ ସହ ଏହି ବିଲ୍‌ ପୂର୍ବରୁ ରାଜ୍ୟସଭାରେ ପାରିତ ହୋଇସାରିଥିଲା। ଆଇନରେ ପରିଣତ ହେବା ପାଇଁ ବିଲ୍‌ଟି ଏବେ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ଆଇନରେ ପରିଣତ ହେବା ପରେ ଏହି ବିଲ୍‌ ପୂର୍ବରୁ ଥିବା ପର୍ସନ ଉଇଥ୍‌ ଡିଜେବିଲିଟି ଆକ୍ଟ ସ୍ଥାନରେ କାର୍ଯ୍ୟକାରୀ ହେବ।

ଭିନ୍ନକ୍ଷମ ବର୍ଗରେ ରହିବାକୁ ହେଲେ ପୂର୍ବ ଆଇନରେ ୭ଟି ସର୍ତ୍ତ ପୂରଣ କରିବାକୁ ଥିବା ବେଳେ ନୂଆ ବିଲ୍‌ରେ ଏଥିପାଇଁ ୧୯ଟି ସର୍ତ୍ତ ରଖାଯାଇଛି। ଏହାସହିତ ଏସିଡ ଆକ୍ରମଣର ଶିକାର ହୋଇଥିବା ଏବଂ ପାର୍କିନ୍‌ସନ୍‌ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଭିନ୍ନକ୍ଷମ ବର୍ଗରେ ସାମିଲ କରାଯିବାର ବ୍ୟବସ୍ଥା ରହିଛି।

Related story