ତରଭୁଜର କି ହାଲ୍ କଲା କୁମ୍ଭୀର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପାଣିରେ ଥିବା ଏକ ବିରାଟ କୁମ୍ଭୀର କେମିତି ଗୋଟିଏ ଝାମ୍ପରେ ତରଭୁଜକୁ ଛିନଛତର କରୁଛି, ତା’ର ଦୃଶ୍ୟ ଏହି ଭିଡିଓରେ ରହିଛି। ଏହି ଭିଡିଓକୁ ଫ୍ଲରିଡାର ସେଣ୍ଟ ଅଗଷ୍ଟାଇନ୍‌ ଆଲିଗେଟର ଫାର୍ମ ଜୁଅଲଜିକାଲ ପାର୍କ ପକ୍ଷରୁ ଫେସବୁକ୍‌ରେ ପୋଷ୍ଟ କରାଯାଇଛି। ଆମେରିକାର ସବୁଠାରୁ ବଡ଼ କୁମ୍ଭୀର କେମିତି ଫଳ ଭଳି ନିରାମିଷ ଖାଦ୍ୟ ପ୍ରତି ଆଗ୍ରହ ଦେଖାଉଛି, ସେକଥା ଦେଖିବାକୁ ମିଳିଛି। ଭିଡିଓରେ, କୁମ୍ଭୀରଟି ପ୍ରଥମେ […]

ews

Hemant Lenka
  • Published: Thursday, 15 August 2019
  • , Updated: 15 August 2019, 06:12 PM IST

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପାଣିରେ ଥିବା ଏକ ବିରାଟ କୁମ୍ଭୀର କେମିତି ଗୋଟିଏ ଝାମ୍ପରେ ତରଭୁଜକୁ ଛିନଛତର କରୁଛି, ତା’ର ଦୃଶ୍ୟ ଏହି ଭିଡିଓରେ ରହିଛି।
ଏହି ଭିଡିଓକୁ ଫ୍ଲରିଡାର ସେଣ୍ଟ ଅଗଷ୍ଟାଇନ୍‌ ଆଲିଗେଟର ଫାର୍ମ ଜୁଅଲଜିକାଲ ପାର୍କ ପକ୍ଷରୁ ଫେସବୁକ୍‌ରେ ପୋଷ୍ଟ କରାଯାଇଛି। ଆମେରିକାର ସବୁଠାରୁ ବଡ଼ କୁମ୍ଭୀର କେମିତି ଫଳ ଭଳି ନିରାମିଷ ଖାଦ୍ୟ ପ୍ରତି ଆଗ୍ରହ ଦେଖାଉଛି, ସେକଥା ଦେଖିବାକୁ ମିଳିଛି।

ଭିଡିଓରେ, କୁମ୍ଭୀରଟି ପ୍ରଥମେ ତା' ପାଟିକୁ ଆଁ କରି ଚିଡ଼ିଆଖାନାର କର୍ମଚାରୀ ଧରିଥିବା ତରଭୁଜକୁ ଖାଇବାକୁ ଅପେକ୍ଷା କରିଛି। ଏହାପରେ କର୍ମଚାରୀ ଜଣକ ତା’ ପାଟି ମଧ୍ୟକୁ ସେଇ ତରଭୁଜ ଫୋପାଡ଼ିଛନ୍ତି। କୁମ୍ଭୀରଟି ଗୋଟିଏ କାମୁଡ଼ାରେ ହିଁ ତରଭୁଜକୁ ଛିନଛତର କରିଦେଉଛି। ସୂଚନା ଅନୁଯାୟୀ ଏହି କୁମ୍ଭୀରଟିର ନାଁ ହେଉଛି 'ବମ୍ବର'।

ଦେଖନ୍ତୁ ଭିଡିଓ

https://www.facebook.com/TheAlligatorFarm/videos/650053675492330/

Related story