ଆରୁଷି ମର୍ଡର: କେଉଁ କାରଣ ପାଇଁ ଦୋଷମୁକ୍ତ ହେଲେ ତଲୱାର ଦମ୍ପତି ? କିଛି ଖାସ୍ ତଥ୍ୟ...

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆରୁଷି ହତ୍ୟା ମାମଲାରେ ଅଭିଯୁକ୍ତ ତଲୱାର ଦମ୍ପତି ଦୋଷମୁକ୍ତ ହୋଇଛନ୍ତି ।  ବେନିଫିଟ୍ ଅଫ୍ ଡାଉଟ୍ ଓ  ତଥ୍ୟ ଓ ପ୍ରମାଣ ଅଭାବରୁ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟଙ୍କ ଏହି ରାୟ ସହ  ଆରୁଷି ଓ ହେମରାଜଙ୍କୁ ପ୍ରକୃତରେ କିଏ ହତ୍ୟା କରିଥିଲା ତାକୁ ନେଇ ପୁଣିଥିରେ ଉଠିଛି ପ୍ରଶ୍ନ। ବାପା ରାଜେଶ ଓ ମାଆ ନୁପୂର ତଲଓ୍ୱାରଙ୍କୁ  ଅଦାଲତଙ୍କ ନିକଟରେ ଯେଉଁ ପ୍ରମାଣ ଦାଖଲ  କରାଯାଇଛି ତାକୁ ନେଇ ତଲଓ୍ୱାର […]

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 07:07 AM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆରୁଷି ହତ୍ୟା ମାମଲାରେ ଅଭିଯୁକ୍ତ ତଲୱାର ଦମ୍ପତି ଦୋଷମୁକ୍ତ ହୋଇଛନ୍ତି ।  ବେନିଫିଟ୍ ଅଫ୍ ଡାଉଟ୍ ଓ  ତଥ୍ୟ ଓ ପ୍ରମାଣ ଅଭାବରୁ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟଙ୍କ ଏହି ରାୟ ସହ  ଆରୁଷି ଓ ହେମରାଜଙ୍କୁ ପ୍ରକୃତରେ କିଏ ହତ୍ୟା କରିଥିଲା ତାକୁ ନେଇ ପୁଣିଥିରେ ଉଠିଛି ପ୍ରଶ୍ନ।

ବାପା ରାଜେଶ ଓ ମାଆ ନୁପୂର ତଲଓ୍ୱାରଙ୍କୁ  ଅଦାଲତଙ୍କ ନିକଟରେ ଯେଉଁ ପ୍ରମାଣ ଦାଖଲ  କରାଯାଇଛି ତାକୁ ନେଇ ତଲଓ୍ୱାର ଦମ୍ପତିଙ୍କୁ କେବଳ ସନ୍ଦେହ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ  ନାହିଁ ବୋଲି କୋର୍ଟ କହିଛନ୍ତି।  ନିଜ ୧୪ ବର୍ଷର ଝିଅ ଆରୁଷି ଓ ଘରୋଇ ସହାୟକ ହେମରାଜଙ୍କ ହତ୍ୟା  ମାମଲାରେ ତଲଓ୍ୱାର ଦମ୍ପତି ଗାଜିଆବାଦ ସିବିଆଇ କୋର୍ଟରେ ୨୦୧୩ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।   ସିବିଆଇ କୋର୍ଟ ଉଭୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।  ଏହାକୁ ଆହ୍ଲାବାଦ ହାଇକୋର୍ଟରେ  ଚାଲେଞ୍ଜ୍ କରିଥିଲେ ତଲଓ୍ୱାର୍ ଦମ୍ପତି ।

୯ ବର୍ଷ ତଳେ ୨୦୦୮ ମେ ୧୫-୧୬ ରାତିରେ ତଲଓ୍ୱାର ପରିବାରର ନୋଏଡା ଘରେ ଘଟିଥିଲା  ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ।  ୧୪ତମ ଜନ୍ମଦିନର ୮ ଦିନ ପୂର୍ବରୁ ନିଜ ବେଡ୍‌ରୁମରେ ଗଳାକଟା ଅବସ୍ଥାରେ  ମିଳିଥିଲା ଆରୁଷିଙ୍କ ମୃତଦେହ।  ଏହି ମାମଲାରେ ପ୍ରଥମେ ଘରୋଇ ସହାୟକ ହେମରାଜଙ୍କ ହାତ ଥିବା ସନ୍ଦେହ  କରାଯାଉଥିଲା କିନ୍ତୁ ୨ ଦିନ ପରେ ହେମରାଜଙ୍କ ମୃତଦେହ ମଧ୍ୟ ସେହି ଘର ବାଲକୋନିନୀରୁ ମିଳିଥିଲା ।

ଘଟଣାର ତଦନ୍ତକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ  ମାୟାବତୀ ୨୦୦୮ ଜୁନ୍୧ରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପେଶାରେ ଦାନ୍ତ ଡାକ୍ତର ତଲ୍ଓ୍ୱାର  ଦମ୍ପତି ଏବେ ଗାଜିଆବାଦର ଦାସ୍ନା ଜେଲରେ ଅଛନ୍ତି। ହାଇକୋର୍ଟଙ୍କ ରାୟ ପରେ ପ୍ରକୃତରେ କିଏ ଆରୁଷି ଓ ହେମରାଜଙ୍କୁ ମାରିଥିଲା ତାକୁ ନେଇ  ପୁଣିଥରେ ଆରମ୍ଭ ହୋଇଯାଇଛି ବିତର୍କ।

ଦୋଷମୁକ୍ତ ହେବାର କେତୋଟି କାରଣ

ସିବିଆଇର ଦଲିଲ: ବାପା ରାଜେଶ ଓ ମା’ ନୁପୂର ତଲଓ୍ୱାର ଝିଅ ଆରୁଷିର ହତ୍ୟାକାରୀ

ପ୍ରଶ୍ନ:୨୦୧୦ ଡିସେମ୍ବର ୨୯ରେ ସିବିଆଇ ଆରୁଶୀ ହତ୍ୟାକାଣ୍ଡର କ୍ଲୋଜର ରିପୋର୍ଟ ଦେଇଥିଲା। ତେବେ ଏହି କ୍ଲୋଜର ରିପୋର୍ଟ ବିରୋଧରେ କୋର୍ଟ କାହିଁକି ଗଲେ ? କାରଣ ରିପୋର୍ଟ ସନ୍ତୋଷଜନକ ନ ଥିଲା।

ସିବିଆଇର ଦଲିଲ: ଘଟଣାଦିନ ଆରୁଷି ଏବଂ ଚାକର ହେମରାଜ ଏକାଠି ଗୋଟିଏ ରୁମରେ ବେଡରେ ଅନ୍ତରଙ୍ଗ ହୋଇଥିଲେ। ଏହି ସମୟରେ ହେମରାଜଙ୍କୁ ରାଜେଶ ତଲୱାର ହତ୍ୟା କରିଥିଲେ। ପରେ ତଦନ୍ତକାରୀ ଟିମ୍‌ ୨୪ଟି ଫିଙ୍ଗର ପ୍ରିଣ୍ଟ ପାଇଥିଲା। ହେଲେ ହେମରାଜଙ୍କର କୌଣସି ଫିଙ୍ଗର ପ୍ରିଣ୍ଟ ପାଇ ନଥିଲା ପୋଲିସ।  ଯଦି ଡା. ତଲୱାର ହେମରାଜଙ୍କ ଫିଙ୍ଗର ପ୍ରିଣ୍ଟକୁ ନଷ୍ଟ କରିଦେଇ ଥାଆନ୍ତି ତେବେ ସେ ଜାଣିଲେ କେମିତି। ହେମରାଜଙ୍କ ଫିଙ୍ଗର ପ୍ରିଣ୍ଟକୁ ଡା. ତଲୱାର ଚିହ୍ନିଲେ କେମିତି ତାକୁ ନେଇ ଉଠିଛି ପ୍ରଶ୍ନ।

ସିବିଆଇର ଦଲିଲ: ଆରୁଷିଙ୍କ ରୁମରୁ  ଅଚାନକ ଏକ ଶବ୍ଦ  ଶୁଣିବା ପରେ ଡା. ତଲୱାର ଚାକର ହେମରାଜଙ୍କ ରୁମକୁ ଯାଇଥିଲେ। କିନ୍ତୁ ସେଠି ସେ ହେମରାଜଙ୍କୁ ପାଇ ନଥିଲେ। ପରେ ଡାକ୍ତର ଆରୁଷିଙ୍କ ରୁମକୁ ଆସିଥିଲେ।

ପ୍ରଶ୍ନ: ଯଦି ସ୍ୱରଟି  ଆରୁଷିଙ୍କ ରୁମରୁ ଆସିଥିଲା ତେବେ ଡା. ତଲୱାର କାହିଁକି ଆରୁଷିଙ୍କ କବାଟକୁ ଠକ୍‌ ଠକ୍ କଲେ ନାହିଁ। ଆରୁଷିଙ୍କ ରୁମରୁ ୪୦-୫୦ ଫୁଟ୍‌ ଉପରେ ଥିବା ଚାକର ହେମରାଜଙ୍କ କୋଠରୀକୁ ତଲୱାର କାହିଁକି ଯାଇଥିଲେ ? ଯଦି ସେ ନିଜ ଝିଅ ରୁମରୁ କୌଣସି ଶବ୍ଦ ଶୁଣିଥିଲେ ତେବେ ସ୍ୱଭାବିକ୍‌ ଭାବେ ନିଜ ଝିଅ ରୁମ୍‌ ଯିବା କଥା। ହେଲେ ସେ କାହିଁକି ଚାକର ରୁମ୍‌କୁ ଯାଇଥିଲେ ?

ସିବିଆଇ ଦଲିଲ: ଆରୁଷି ଏବଂ ଚାକର ହେମରାଜଙ୍କୁ ଆପତ୍ତିଜନ ଅବସ୍ଥାରେ ଦେଖି ଡା. ତଲୱାର ଏକ ଗଲ୍ଫ ଷ୍ଟିକ୍‌ ହେମରାଜଙ୍କୁ ଲକ୍ଷ କରି ଛାଟିଥିଲେ।  ହେଲେ ହେମରାଜ ଏହି ସମୟରେ ନଇଁ ପଡ଼ିବାରୁ ଗଲ୍ଫ ଷ୍ଟିକ୍‌ଟି ଆରୁଷିଙ୍କ କପାଳରେ ବାଜିଥିଲା।

ପ୍ରଶ୍ନ:  ଏହି ପୁରା ଘଟଣାକୁ ନେଇ କୋର୍ଟରେ ରି-କଷ୍ଟ୍ରକ୍ଦନ କରି ଚିତ୍ରଣ କରାଯାଇଥିଲେ। ହେଲେ ଗଲ୍ଫ ଷ୍ଟିକ୍‌ ଜନିତ କୌଣସି ଆଘାତର ପ୍ରମାଣ ମିଳି ନ ଥିଲା। ତେବେ ଏଭଳି ଘଟିଲା କେମିତି ?

Related story