ପୂର୍ବତନ ପତ୍ନୀଙ୍କୁ ଭେଟିବା ପାଇଁ ବିମାନ ଅପହରଣ କରିନେଲେ ଇଜିପ୍ଟ ନାଗରିକ

କୋଏରୋ: ଇଜିପ୍ଟର ଆଲେକ୍‌ଜେଣ୍ଡ୍ରିଆ ସହରରୁ ରାଜଧାନୀ କାଏରୋ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବିମାନକୁ ମଙ୍ଗଳବାର ଅପହରଣ କରି ସାଇପ୍ରସକୁ ନିଆଯାଇଛି। ଅପହୃତ ଏହି ଏମ୍‌ଏସ୍‌-୧୮୧ ବିମାନକୁ ସାଇପ୍ରସର ଲାର୍ନାକ ବିମାନବନ୍ଦରରେ ଅବତରଣ କରାଯାଇଛି। ଜଣେ ଇଜିପ୍ଟ ନାଗରିକ ଅପହରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୂର୍ବତନ ପତ୍ନୀଙ୍କ ସହ ଅପହରଣକାରୀ ଯୋଗାଯୋଗ କରିବାକୁ ଏପରି କାଣ୍ଡ ଭିଆଇଛି। ଏଥିରେ ୮ ଜଣ ବ୍ରିଟେନ୍‌ ଓ ୧୦ଜଣ ଆମେରିକୀୟ ନାଗରିକଙ୍କ ସମେତ ୬୦ଜଣ ଯାତ୍ରୀ ଥିଲେ। ତେବେ […]

EgyptAir-plane

Rakesh Mallick
  • Published: Tuesday, 29 March 2016
  • , Updated: 04 May 2017, 03:44 PM IST

କୋଏରୋ: ଇଜିପ୍ଟର ଆଲେକ୍‌ଜେଣ୍ଡ୍ରିଆ ସହରରୁ ରାଜଧାନୀ କାଏରୋ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବିମାନକୁ ମଙ୍ଗଳବାର ଅପହରଣ କରି ସାଇପ୍ରସକୁ ନିଆଯାଇଛି। ଅପହୃତ ଏହି ଏମ୍‌ଏସ୍‌-୧୮୧ ବିମାନକୁ ସାଇପ୍ରସର ଲାର୍ନାକ ବିମାନବନ୍ଦରରେ ଅବତରଣ କରାଯାଇଛି। ଜଣେ ଇଜିପ୍ଟ ନାଗରିକ ଅପହରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୂର୍ବତନ ପତ୍ନୀଙ୍କ ସହ ଅପହରଣକାରୀ ଯୋଗାଯୋଗ କରିବାକୁ ଏପରି କାଣ୍ଡ ଭିଆଇଛି।

ଏଥିରେ ୮ ଜଣ ବ୍ରିଟେନ୍‌ ଓ ୧୦ଜଣ ଆମେରିକୀୟ ନାଗରିକଙ୍କ ସମେତ ୬୦ଜଣ ଯାତ୍ରୀ ଥିଲେ। ତେବେ ଏଧିକାଂଶ ଯାତ୍ରୀଙ୍କୁ ଅପହରଣକାରୀ ମୁକ୍ତ କରିଦେଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ଏହି ବିମାନ ଅପହରଣ ପଛରେ ଆତଙ୍କବାଦୀଙ୍କ କୌଣସି ସମ୍ପର୍କ ନ ଥିବା ସାଇପ୍ରସ ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି।

Related story