କାନପୁରରେ ଉପରମୁହାଁ କ୍ରାଇମ୍‌ ଗ୍ରାଫ; ବଦଳିଲେ ୨ କମିଶନରଙ୍କ ସମେତ ୭ ଆଇପିଏସ୍‌

ଲକ୍ଷ୍ନୌ: କାନପୁରରେ କ୍ରାଇମ୍‌ ଗ୍ରାଫ ଉପରମୁହାଁ ଥିବା ବେଳେ ଆକ୍ସନ ମୁଡକୁ ଆସିଛି ଯୋଗୀ ସରକାର । ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ  ଫେଲ୍‌ ହେଉଥିବା ବଡ଼ ବଡ଼ ପୁଲିସ୍‌ ଅଧିକାରୀଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।  ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ ଆଖି ପିଛୁଳାକେ ପୁଲିସ୍‌ ଡିପାର୍ଟମେଣ୍ଟରେ କରିଛନ୍ତି ବଡ଼ ଅଦଳବଦଳ । ଏଥିନିମନ୍ତେ ସେ ୨ କମିଶନରଙ୍କ ସମେତ ୭ ଆଇପିଏସ୍‌ ଅଫିସରଙ୍କ ବଦଳି କରିଦେଇଛନ୍ତି। କାନପୁରର ପୁଲିସ୍‌ କମିଶନର ବିଜୟ କୁମାର […]

police

  • Published: Monday, 01 August 2022
  • , Updated: 01 August 2022, 10:37 AM IST

ଲକ୍ଷ୍ନୌ: କାନପୁରରେ କ୍ରାଇମ୍‌ ଗ୍ରାଫ ଉପରମୁହାଁ ଥିବା ବେଳେ ଆକ୍ସନ ମୁଡକୁ ଆସିଛି ଯୋଗୀ ସରକାର । ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ  ଫେଲ୍‌ ହେଉଥିବା ବଡ଼ ବଡ଼ ପୁଲିସ୍‌ ଅଧିକାରୀଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।  ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ ଆଖି ପିଛୁଳାକେ ପୁଲିସ୍‌ ଡିପାର୍ଟମେଣ୍ଟରେ କରିଛନ୍ତି ବଡ଼ ଅଦଳବଦଳ । ଏଥିନିମନ୍ତେ ସେ ୨ କମିଶନରଙ୍କ ସମେତ ୭ ଆଇପିଏସ୍‌ ଅଫିସରଙ୍କ ବଦଳି କରିଦେଇଛନ୍ତି।

କାନପୁରର ପୁଲିସ୍‌ କମିଶନର ବିଜୟ କୁମାର ମୀଣାଙ୍କ ସମେତ ଲକ୍ଷ୍ମୌର ପୁଲିସ୍‌ କମିଶନର ଡିକେ ଠାକୁରଙ୍କର ବି ବଦଳି କରି ଦିଆଯାଇଛି। ଏହାବାଦ ଆଜି ସକାଳୁ ସକାଳୁ ଯୋଗୀ ସରକାର ୭ ସିନିୟର ଆଇପିଏସ୍‌ଙ୍କ ବଦଳି କରି ଦେଇଛନ୍ତି ।

ଏଡିଜି ଅଭିସୂଚନା  ଥିବା ଏସବି ଶିରୋଡକରଙ୍କୁ ଲକ୍ଷ୍ନୌର ନୂଆ ପୁଲିସ୍‌ କମିଶନର କରାଯାଇଛି।  ଏଡିଜି ପୁଲିସ୍‌ ବିପି ଜୋଗଦଣ୍ଡଙ୍କୁ କାନପୁରର ନୂଆ ପୁଲିସ୍‌ କମିଶନର ଭାବେ ନିଯୁକ୍ତି ମିଳିଛି। ଉଭୟ ଡିକେ ଠାକୁର ଓ ବିଜୟ କୁମାର ମୀଣାଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ଏଡିଜି ଭାବେ ବଦଳି କରି ଦିଆଯାଇଛି ।

ଏହାବାଦ ଡିଜି ହୋମଗାର୍ଡ୍ସ ଥିବା ବିଜୟ କୁମାରଙ୍କୁ ଡିଜି ସିବିସିଆଇଡି ଭାବେ ବଦଳି କରାଯାଇଛି। ଡିଜି ସିବିସିଆଇଡି ଥିବା ଗୋପାଳ କୁମାର ମିଣାଙ୍କୁ ଡିଜି କୋଅପରେଟିଭ ସେଲ୍‌ ଦାୟିତ୍ୱ ଦିଆଯାଇଛି।

ଡିଜି ଲଜିଷ୍ଟିକ ଥିବା ବିଜୟ କୁମାର ମୌର୍ଯ୍ୟଙ୍କୁ ଅତିରିକ୍ତ ଭାବେ ଡିଜି ହୋମଗାର୍ଡ ଦାୟିତ୍ୱ ଦିଆଯାଇଛି।  କାନପୁର ଓ ଲକ୍ଷ୍ନୌର ପୁଲିସ୍‌ କମିଶନରଙ୍କୁ ବଦଳି କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ରାଇମ କଣ୍ଟ୍ରୋଲ କରିପାରୁ ନ ଥିବା ବଡ଼ ବଡ଼ ପୁଲିସ୍‌ ଅଧିକାରୀଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି।

Related story