ହୋଟେଲରେ ନିଆଁ, ୫ ଜୀବନ୍ତ ଦଗ୍ଧ

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌ ସ୍ଥିତ ଚାରବାଗ ଅଞ୍ଚଳରେ ଏକ ହୋଟେଲରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ପୋଡ଼ି ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି। କିଛି ଲୋକେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଓ ଅଗ୍ନଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ହୋଟେଲଟି ପୂରା ଜଳି ପାଉଁଶ ହୋଇଯାଇଛି। […]

fire

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 02:44 PM IST

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌ ସ୍ଥିତ ଚାରବାଗ ଅଞ୍ଚଳରେ ଏକ ହୋଟେଲରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ପୋଡ଼ି ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି। କିଛି ଲୋକେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଓ ଅଗ୍ନଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ହୋଟେଲଟି ପୂରା ଜଳି ପାଉଁଶ ହୋଇଯାଇଛି। ହୋଟେଲର ରୋଷେଇ ଘରେ ଗ୍ୟାସ ଲିକେଜ୍‌ ହେବା କାରଣରୁ  ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଏହି ହୋଟେଲ୍‌ରେ ବହୁ ପର୍ଯ୍ୟଟକ ରହିଥିଲେ। ନିଆଁ ଲାଗିବା ସମୟରେ ହୋଟେଲରେ ଥିବା ଲୋକେ ଶୋଇଥିଲେ। ଯେଉଁଥି ପାଇଁ ବାହାରକୁ ବାହାରିବା କଷ୍ଟକର ହୋଇଥିଲା।

Related story