ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌, ୨୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ତିନି ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର ସିବିଆଇ କୋର୍ଟ। ତିନି ବର୍ଷ କାରାଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧୁ। ତେବେ କୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଏଥିସହ ମାମଲାରେ ପୂର୍ବତନ କୋଇଲା ସଚିବ ଏଚ.ସି ଗୁପ୍ତା ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଅଶୋକ କୁମାରଙ୍କୁ ମଧ୍ୟ […]

madhu koda

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 02:36 PM IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ତିନି ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର ସିବିଆଇ କୋର୍ଟ। ତିନି ବର୍ଷ କାରାଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧୁ। ତେବେ କୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଏଥିସହ ମାମଲାରେ ପୂର୍ବତନ କୋଇଲା ସଚିବ ଏଚ.ସି ଗୁପ୍ତା ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଅଶୋକ କୁମାରଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

ଝାଡଖଣ୍ଡର ରାଜହାରା ଉତ୍ତର କୋଲ ବ୍ଲକ କୋଲକତାର ଏକ କମ୍ପାନୀକୁ ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ଯାଞ୍ଚ କରୁଥିବା ସିବିଆଇ କୋର୍ଟରେ ପକ୍ଷ ରଖିଥିଲା। କମ୍ପାନୀକୁ କୋଲ ବ୍ଲକ ଆବଣ୍ଟନ ନେଇ ଝାଡଖଣ୍ଡ ସରକାର କିମ୍ବା କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟକୁ ସୁପାରିଶ କରିନଥିଲେ। ଏହା ସତ୍ତ୍ୱେ ବି ସ୍କ୍ରିନିଂ କମିଟି କୋଲ ବ୍ଲକ ପାଇଁ କମ୍ପାନୀକୁ ସୁପାରିଶ କରିଥିଲେ। ମଧୁ ନିଜେ ନିଦ୍ଦିଷ୍ଟ କମ୍ପାନି ପାଇଁ ଅହେତୁକ ଅନୁକମ୍ପା ଦେଖାଇଥିବା ସିବିଆଇ କୋର୍ଟରେ କହିଛି ।

Related story