ଛାନିଆ କଂଗ୍ରେସ: କମଲ୍‌ ସରକାର ଉପରେ ଅପରେସନ୍‌ କମଲ୍‌, ସରକାର ଗଠନ ଦାବି କରିବ ବିଜେପି!

ଭୋପାଲ: ମଧ୍ୟପ୍ରଦେଶ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଯୁଦ୍ଧଂ ଦେହି ଡାକରା ପରେ କଂଗ୍ରେସ ରାଜନୀତି ମହଲରେ ଉଷ୍ମତା ଦେଖା ଦେଇଛି। ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ରାତିଅଧିଆ ଜରୁରୀକାଳୀନ ବୈଠକ ଡାକିଛନ୍ତି। ସେପଟେ ମଧ୍ୟପ୍ରଦେଶ ରାଜ୍ୟପାଳ ଲକ୍ଷ୍ନୌରୁ ଫେରିଆସିଛନ୍ତି। ତେଣୁ ବିଜେପିର ‘ଅପରେସନ୍‌ କମଲ୍‌’ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ବିଜେପି ଖୁବ ଶୀଘ୍ର ସରକାର ଗଠନ କରିବାକୁ ଦାବି କରିବ। ଶାସକ […]

Kamal

Kamal

Subrat Kumar Nayak
  • Published: Monday, 09 March 2020
  • Updated: 09 March 2020, 10:40 PM IST

ଭୋପାଲ: ମଧ୍ୟପ୍ରଦେଶ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଯୁଦ୍ଧଂ ଦେହି ଡାକରା ପରେ କଂଗ୍ରେସ ରାଜନୀତି ମହଲରେ ଉଷ୍ମତା ଦେଖା ଦେଇଛି। ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ରାତିଅଧିଆ ଜରୁରୀକାଳୀନ ବୈଠକ ଡାକିଛନ୍ତି। ସେପଟେ ମଧ୍ୟପ୍ରଦେଶ ରାଜ୍ୟପାଳ ଲକ୍ଷ୍ନୌରୁ ଫେରିଆସିଛନ୍ତି। ତେଣୁ ବିଜେପିର ‘ଅପରେସନ୍‌ କମଲ୍‌’ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ବିଜେପି ଖୁବ ଶୀଘ୍ର ସରକାର ଗଠନ କରିବାକୁ ଦାବି କରିବ।
ଶାସକ କଂଗ୍ରେସର ୧୭ ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ବେଙ୍ଗାଲୁରୁ ଚାଲଯିବା ପରେ ଏବେ ବିଜେପି ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛି। କୁହାଯାଉଛି ବିଜେପିରେ ସାମିଲ ହେଲେ ସିନ୍ଧିଆଙ୍କୁ ରାଜ୍ୟସଭାକୁ ପଠାଯିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିବ।

ଏହା ପୂର୍ବରୁ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ।

ଆଜି ସୋନିଆଙ୍କୁ ଭେଟିବା ପରେ କମଲ ନାଥ କହିଥିଲେ, ସେ ରାଜ୍ୟସଭା ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗରେ ଭେଟିଥିଲେ। କିନ୍ତୁ ସେ ତରତରରେ ଭୋପାଲ ‍ଫେରି ଜରୁରୀକାଳୀନ ବୈଠକ ଡାକିବା କିଛି ଅଲଗା ବାସ୍ନା ଦେଉଛି।

ବିଶେଷ ସୂତ୍ରରୁ ଜଣାପଡ଼ିଛି, ପ୍ରାୟ ୧୦ଟା ବେଳକୁ ଏହି ବୈଠକ ଆୟୋଜିତ ହୋଇଥିଲା। ଏହା ପୂର୍ବରୁ ସେ ପ୍ରାୟ ୨ ଘଣ୍ଟାର ବୈଠକ କରିଥିଲେ ଏବଂ ପରେ କ୍ୟାବିନେଟ୍‌କୁ ସମନ୍‌ କରିଥିଲେ। ବୈଠକ ପରେ କିଛି ବଡ଼ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।

ପୂର୍ବରୁ ଦଳ ଭିତରେ ସବୁକିଛି ଠିକ୍ ଅଛି ବୋଲି ମୁଖ୍ୟମନ୍ତ୍ରୀ କମଲନାଥ କହୁଥିଲେ। କିନ୍ତୁ ଦଳର ୧୭ ବିଧାୟକ କର୍ଣ୍ଟାଟକର ଏକ ହୋଟେଲକୁ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ମନ୍ତ୍ରୀ ମଧ୍ୟ ରହିଛନ୍ତି। ଏହି ସମସ୍ତ ବିଧାୟକ ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ବୋଲି କୁହାଯାଉଛି। ମଧ୍ୟପ୍ରଦେଶରେ କମଲ ନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି। ଅନେକ ପ୍ରସଙ୍ଗରେ ସିନ୍ଧିଆ ନିଜ ଦଳର ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ କମଲନାଥ ସରକାରଙ୍କୁ ଅଡ଼ୁଆରେ ପକାଇ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story