ଦେଶର ସବୁଠୁଁ ବଡ଼ ସେକ୍ସ ରାକେଟ୍‌ ମଧ୍ୟପ୍ରଦେଶ ‘ହନିଟ୍ରାପ’! ଖୋଲିଲା ନେତା ଓ ଆଇଏଏସଙ୍କ ଗୁମର

ଭୋପାଲ: ଦେଶର ସବୁଠୁଁ ବଡ଼ ସେକ୍ସ ରାକେଟ୍‌ କୁହାଯାଉଥିବା ମଧ୍ୟପ୍ରଦେଶ ‘ହନିଟ୍ରାପ’ର ଗୁମର ଖୋଲିବାରେ ଲାଗିଛି। ରାଜ୍ୟ ପୁଲିସ୍ ଏଯାବତ୍ ଏହି ‘ହନିଟ୍ରାପ’ ମାମଲାରେ ୫ ମହିଳା ଏବଂ ଜଣେ ଯୁବକଙ୍କୁ ଗିରଫ କରିସାରିଛି। ସେମାନଙ୍କଠାରୁ ଜବତ ହୋଇଥିବା ଲାପଟପ୍‌ରୁ ୪ ହଜାରରୁ ଅଧିକ ବଡ଼ବଡ଼ ଲୋକଙ୍କ ଯୌନ କେଳେଙ୍କାରି ସଂପର୍କରେ ବିଭିନ୍ନ ପ୍ରକାର ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରେ ବିଧାୟକ, ମନ୍ତ୍ରୀ ଓ ଅନ୍ୟ ପାହ୍ୟାର ନେତାଙ୍କ ସହିତ ଅନେକ ଆଇଏଏସ ଓ ବଡ଼ବଡ଼ିଆ ଅଧିକାରୀ […]

bhopal honeytrap

Subhransu Sekhar
  • Published: Thursday, 26 September 2019
  • , Updated: 26 September 2019, 05:06 PM IST

ଭୋପାଲ: ଦେଶର ସବୁଠୁଁ ବଡ଼ ସେକ୍ସ ରାକେଟ୍‌ କୁହାଯାଉଥିବା ମଧ୍ୟପ୍ରଦେଶ ‘ହନିଟ୍ରାପ’ର ଗୁମର ଖୋଲିବାରେ ଲାଗିଛି। ରାଜ୍ୟ ପୁଲିସ୍ ଏଯାବତ୍ ଏହି ‘ହନିଟ୍ରାପ’ ମାମଲାରେ ୫ ମହିଳା ଏବଂ ଜଣେ ଯୁବକଙ୍କୁ ଗିରଫ କରିସାରିଛି। ସେମାନଙ୍କଠାରୁ ଜବତ ହୋଇଥିବା ଲାପଟପ୍‌ରୁ ୪ ହଜାରରୁ ଅଧିକ ବଡ଼ବଡ଼ ଲୋକଙ୍କ ଯୌନ କେଳେଙ୍କାରି ସଂପର୍କରେ ବିଭିନ୍ନ ପ୍ରକାର ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରେ ବିଧାୟକ, ମନ୍ତ୍ରୀ ଓ ଅନ୍ୟ ପାହ୍ୟାର ନେତାଙ୍କ ସହିତ ଅନେକ ଆଇଏଏସ ଓ ବଡ଼ବଡ଼ିଆ ଅଧିକାରୀ ସାମିଲ ଅଛନ୍ତି। ଏହି ହନିଟ୍ରାପ ଗ୍ୟାଙ୍ଗ୍ କେବଳ ମଧ୍ୟପ୍ରଦେଶ ନୁହେଁ ଅନ୍ୟ ତିନି ରାଜ୍ୟରେ ମଧ୍ୟ ଜାଲ ବିଛାଇ ବଡ଼ ବଡ଼ିଆ ସରକାରୀ ବାବୁ, ନେତା ଏବଂ ମନ୍ତ୍ରୀଙ୍କୁ ଫଶାଇବାରେ ସକ୍ଷମ ହୋଇଛି। ବଡ଼ ବଡ଼ିଆଙ୍କୁ ଫଶାଇବା ପାଇଁ ଏହି ଗ୍ୟାଙ୍ଗ୍ ଗରିବ ଘରର ଝିଅ, ଅଭିନେତ୍ରୀ, କଲେଜ ଛାତ୍ରୀ, ବେକାର ଯୁବତୀଙ୍କୁ ନିୟୋଜିତ କରିଥିବା ଜଣାପଡ଼ିଛି।

ମଧ୍ୟ ପ୍ରଦେଶ ସରକାର ଏହି ହନିଟ୍ରାପ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି)କୁ ଦେଇଛନ୍ତି। ଏହି ହନିଟ୍ରାପ ମାମଲାରେ ଏଯାଏଁ ୧୩ ଆଇଏଏସ ସାମିଲ ଥିବା ଧରାପଡ଼ିଛି। ସେମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ। ଏମାନଙ୍କ ବ୍ୟତୀତ ଆହୁରି ଅନେକ ସର୍ବଭାରତୀୟ ତଥା ରାଜ୍ୟ ସ୍ତରୀୟ ପ୍ରାଶାସନିକ ଅଧିକାରୀ ଏଥିରେ ସାମିଲ ଥିବା ନେଇ କିଛି କିଛି ସୁରାକ୍‌ ମିଳିଛି। ଏହି ଗ୍ୟାଙ୍ଗ୍ ସରକାରୀ ବାବୁ ଏବଂ ନେତାଙ୍କୁ ନିଜ ଜାଲରେ ଫଶାଇବା ପାଇଁ ପ୍ରଥମେ ଏକ ତାଲିକା ପ୍ରସ୍ତୁତ କରୁଥିଲା। ଏହାପରେ ବିଭିନ୍ନ କୋର୍ଡ ଓ୍ଲାର୍ଡ ବା ଶଦ୍ଦ ଜରିଆରେ ଏମାନଙ୍କର ନାଁ ପ୍ରସ୍ତୁତ କରୁଥିଲା।

ସୂଚନାଯୋଗ୍ୟ, ଇନ୍ଦୋର ନଗରପାଳିକାର ଇଞ୍ଜିନିୟର ହରଭଜନ ସିଂହ ଗତ ସପ୍ତାହରେ ଏକ ଅଭିଯୋଗ ଥାନାରେ ଦେଇଥିଲେ। ଜଣେ ମହିଳା ଏକ ଭିଡିଓ କ୍ଲିପ୍‌ ଦେଖାଇ ତାଙ୍କ ପାଖରୁ ୩ କୋଟି ଟଙ୍କା ଦାବି କରୁଛି ବୋଲି ସେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତଦନ୍ତ କରି ଏହି ହନିଟ୍ରାପ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା। ଯେଉଁଥିରେ ୫ ଯୁବତୀ ଏବଂ ଜଣେ ଯୁବକ ଥିଲେ। ସେମାନେ ହେଲେ ଆରତି ଦୟାଲ(୨୯), ମୋନିକା ଯାଦବ(୧୮), ଶ୍ୱେତା ବିଜୟ ଜୈନ୍(୩୯), ଶ୍ୱେତା ସ୍ୱପ୍ନିଲ୍ ଜୈନ୍(୪୮), ବର୍ଖା ସୋନୀ(୩୪) ଏବଂ ଓମ୍ ପ୍ରକାଶ କୋରି(୪୫)। ଏବେ ସେମାନେ ଜେଲରେ ଅଛନ୍ତି। ଗିରଫ ବେଳେ ସେମାନଙ୍କଠାରୁ ଲାପଟପ୍ ପରି ଅନେକ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ, ମୋବାଇଲ୍, ଡାଏରୀ ଆଦି ପୁଲିସ୍ ପାଇଛି। ଏହିସବୁ ଡାଏରୀ ଓ ଲାପ୍‌ଟପ୍‌ରେ ଅନେକ ବଡ଼ବଡ଼ିଆଙ୍କ ଯୌନ କାରବାର ନେଇ ଫଟୋ, ଭିଡ଼ିଓ ଓ ଅନ୍ୟାନ୍ୟ ତଥ୍ୟପ୍ରମାଣ ରହିଛି।

ଶ୍ୱେତା ବିଜୟ ଜୈନ୍ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୋଲି ଏସଆଇଟି ଜାଣିବାକୁ ପାଇଛି। ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ମଧ୍ୟ ପ୍ରଦେଶରୁ ଆରମ୍ଭ କରି ଦିଲ୍ଲୀ ରାଜନୀତିରେ

ମଧ୍ୟ ହୃତକମ୍ପନ ସୃଷ୍ଟି କରିଛି।

କଂଗ୍ରେସ ଅଭିଯୋଗ କରିଛି ଯେ ଶ୍ୱେତା ବିଜୟ ୨୦୦୮ ଏବଂ ୨୦୧୩ରେ ବିଧାନସଭା ନିର୍ବାଚନ ବେଳେ ଖୁରାଇ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିଥିଲା। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏ ନେଇ ବିଜେପିର ସାଧାରଣ ସଚିବ କୈଳାଶ ବିଜୟଭର୍ଗିୟା ଏବଂ ଅରବିନ୍ଦ ମେନନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଶ୍ୱେତା ଭାରତୀୟ ଜନତା ଯୁବ ମୋର୍ଚ୍ଚା(ବିଜେଓ୍ୱାଇଏମ)ର ସେକ୍ରେଟେରୀ ଥିଲା କି, ଶ୍ୱେତା ଅରବିନ୍ଦ ମେନନଙ୍କର ଜଣେ ବିଶ୍ୱସ୍ତ ଲୋକ ଥିଲା କି ବୋଲି ଦିଗବିଜୟ ପ୍ରଶ୍ନ କରିଛନ୍ତି।

ଭାରତୀୟ ଜନତା ଯୁବ ମୋର୍ଚ୍ଚା କିନ୍ତୁ ଦିଗବିଜୟଙ୍କ ଅଭିଯୋଗକୁ ଖାରଜ କରିଛି। ସେ କେବଳ ମୋର୍ଚ୍ଚାର ୩୫୦ ଜଣିଆ ପରିଚାଳନା ସଦସ୍ୟରେ ଥିଲା ବୋଲି ବିଜେଓ୍ୱାଇଏମ କହିଛି। ରାଜ୍ୟର ଦୁଇ ପ୍ରମୁଖ ଦଳ ଏହି ମାମଲାରେ ପରସ୍ପରକୁ ଦୋଷ ଲଦୁଛନ୍ତି। ଘଟଣା ରୋଚକ ମୋଡ଼ ନେଇଥିବାବେଳେ ବିଜେପି ଓ କଂଗ୍ରେସ ନିଜ ନିଜର ନେତାମାନଙ୍କୁ ବିବାଦୀୟ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Related story