ମ୍ୟାଗି ନୁଡୁଲସ୍ ମାମଲା: ଅମିତାଭଙ୍କ ନାଁରେ ରୁଜୁ ହେବ ଏଫଆଇଆର

ନୂଆଦିଲ୍ଲୀ:ମ୍ୟାଗି ନୁଡୁଲସ୍ ମାମଲାରେ ବିଗ୍ ବି ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ , ପ୍ରୀତି ଜିଣ୍ଟାଙ୍କ ସହ ନେସଲେର ଦୁଇ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାୟର କରିବା ପାଇଁ ମଙ୍ଗଳବାର ମୁଜାଫରପୁର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାଗିର ପ୍ରମୋସନ୍ କରିବା କାରଣରୁ ଏହି ବଲିଉଡ୍ ଷ୍ଟାରଙ୍କ ଉପରେ ମାମଲା ଦାୟର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାରା ଦେଶରେ ମ୍ୟାଗି ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ମ୍ୟାଗିରେ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମୋନସୋଡିୟମ୍ ଓ ଗଲଟାମେଟ୍ […]

maggi

Rakesh Mallick
  • Published: Tuesday, 02 June 2015
  • , Updated: 03 June 2015, 05:07 AM IST

ନୂଆଦିଲ୍ଲୀ:ମ୍ୟାଗି ନୁଡୁଲସ୍ ମାମଲାରେ ବିଗ୍ ବି ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ , ପ୍ରୀତି ଜିଣ୍ଟାଙ୍କ ସହ ନେସଲେର ଦୁଇ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାୟର କରିବା ପାଇଁ ମଙ୍ଗଳବାର ମୁଜାଫରପୁର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାଗିର ପ୍ରମୋସନ୍ କରିବା କାରଣରୁ ଏହି ବଲିଉଡ୍ ଷ୍ଟାରଙ୍କ ଉପରେ ମାମଲା ଦାୟର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସାରା ଦେଶରେ ମ୍ୟାଗି ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ମ୍ୟାଗିରେ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମୋନସୋଡିୟମ୍ ଓ ଗଲଟାମେଟ୍ ରହିଥିବା ଯାଞ୍ଚ ରିପୋର୍ଟରୁ ଜଣାପଡିଛି। ଏହା ପରେ ମ୍ୟାଗିର ଅନେକ ପ୍ୟାକେଟ୍ ଜବତ କରାଯାଇଛି। ଏ ନେଇ ଅମିତାଭ ବଚ୍ଚନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କୌଣସି ବ୍ରାଣ୍ଡର ପ୍ରଚାର ପାଇଁ ସେ ଖୁବ୍ ଭାବି ଚିନ୍ତି ଚୁକ୍ତି ସ୍ୱାକ୍ଷର କରିଥାନ୍ତି। ବିଶେଷତଃ ଆଇନର ଦିଗଟିକୁ ଗୁରୁତ୍ୱ ଦେଇଥାନ୍ତି। ନେସଲେ କମ୍ପାନୀ ସହ ସେ ଏହି ଘଟଣା ସମ୍ପର୍କରେ କଥାବର୍ତ୍ତା ହୋଇସାରିଛନ୍ତି। କମ୍ପାନୀ ସହ ତାଙ୍କର ଚୁକ୍ତି ଶେଷ ହୋଇସାରିଛି।

Related story