ମ୍ୟାଗି ନୁଡ଼ୁଲ୍ସ ବିବାଦ: କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନାଡା ମ୍ୟାଗି ମାମଲାରେ ଆଜି ବୈଠକ ଡାକିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ କେତୋଟି ରାଜ୍ୟର ରିପୋର୍ଟ ସମ୍ପର୍କରେ ଚର୍ଚ୍ଚା କରାଯିବ। କେନ୍ଦ୍ର ଏହି ମାମଲାରେ ପ୍ରତ୍ୟେକ ରାଜ୍ୟକୁ ରିପୋର୍ଟ ମାଗିଯାଇଛି। ନାଡା କହିଛନ୍ତି ଯେ, ରପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜସ୍ଥାନର ଅଜମେରରେ ମ୍ୟାଗି ଉପରେ ବ୍ୟାନ କରାଯାଇ ୨୨୪୯ କିଲୋ ଜବତ କରାଯାଇଛି। […]

maggi

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 09:15 AM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନାଡା ମ୍ୟାଗି ମାମଲାରେ ଆଜି ବୈଠକ ଡାକିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ କେତୋଟି ରାଜ୍ୟର ରିପୋର୍ଟ ସମ୍ପର୍କରେ ଚର୍ଚ୍ଚା କରାଯିବ। କେନ୍ଦ୍ର ଏହି ମାମଲାରେ ପ୍ରତ୍ୟେକ ରାଜ୍ୟକୁ ରିପୋର୍ଟ ମାଗିଯାଇଛି। ନାଡା କହିଛନ୍ତି ଯେ, ରପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜସ୍ଥାନର ଅଜମେରରେ ମ୍ୟାଗି ଉପରେ ବ୍ୟାନ କରାଯାଇ ୨୨୪୯ କିଲୋ ଜବତ କରାଯାଇଛି। ସେହିପରି ଉତ୍ତରାଖଣ୍ଡରେ ମ୍ୟାଗି ଉପରେ ପ୍ରତିବନ୍ଧକ ଲଗାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୩୦ଟି ରାଜ୍ୟକୁ ରିପୋର୍ଟ ମାଗିଛନ୍ତି । ତେବେ ଏନେଇ ଖାଦ୍ୟ ସୁରକ୍ଷା ବିଭାଗ ଆଜି ପିଏମଓକୁ ରିପୋର୍ଟ ଦେଇପାରନ୍ତି।
ବୁଧବାର ଦିଲ୍ଲୀ ସରକାର ୧୫ଦିନ ପାଇଁ ମ୍ୟାଗି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନୁମନା ପରୀକ୍ଷଣ ପରେ ୧୦ଟି ସାମ୍ପଲରେ ମାତ୍ରାଧିକ ସୀସା ମିଳିବା ଓ ୫ଟି ସାମ୍ପଲରେ ମନୋସୋଡିୟମର ମାତ୍ରା ଉଲ୍ଲେଖ ନଥିବାରୁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେପଟେ ଭାରତୀୟ ସେନା ଦ୍ୱାରା ପରିଚାଳିତ ସମସ୍ତ କ୍ୟାଣ୍ଟିନ ଗୁଡ଼ିକରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମ୍ୟାଗି ବିକ୍ରି ବ୍ୟାନ କରାଯାଇଛି। ତାସହ ଆସନ୍ତା ୧୫ ଦିନ ଭିତରେ ନେସଲେ କମ୍ପାନୀ ଭାରତୀୟ ବଜାରରୁ ମ୍ୟାଗିର ସମସ୍ତ ଷ୍ଟକ୍ ଫେରାଇନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

Related story