'ମ୍ୟାଗି' ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ : ଦେଶବ୍ୟାପୀ ଭୟର ବାତାବରଣ

ନୂଆଦିଲ୍ଲୀ : ମ୍ୟାଗି ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ଏହାକୁ ଖାଦ୍ୟରେ ସାମିଲ କରିବା ବିପଦଜନକ। ଆଜି ଏହି ସୂଚନା ମିଳିଛି ନୂଆଦିଲ୍ଲୀରେ ମ୍ୟାଗି ସମ୍ପୁଲର ଲ୍ୟାବ ରିର୍ପୋଟରୁ। ଏହାକୁ ନେଇ ଦେଶ ସାରା ଆଲୋଡନ ସୃଷ୍ଟି ହୋଇଛି। ଜାମ୍ମୁରୁ କନ୍ୟାକୁମାରୀ ଯାଏ ମ୍ୟାଗିରୁ ବିରୋଧ କରୁଛନ୍ତି ସାଧାରଣ ଲୋକ। ଏହାକୁ ନିର୍ମାଣକରୁଥିବା ନେସଲେ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି ଦିଲ୍ଲୀ ସରକାର।  ଦିଲ୍ଲୀ ସରକାରଙ୍କ ସୂଚନା ମୁତାବକ ସମ୍ପୃକ୍ତ କମ୍ପାନୀର ମୋଟ ୧୩ଟି ସାମ୍ପୁଲ ଉପରେ ଟେଷ୍ଟ […]

maggi

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 05:47 AM IST

ନୂଆଦିଲ୍ଲୀ : ମ୍ୟାଗି ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ଏହାକୁ ଖାଦ୍ୟରେ ସାମିଲ କରିବା ବିପଦଜନକ। ଆଜି ଏହି ସୂଚନା ମିଳିଛି ନୂଆଦିଲ୍ଲୀରେ ମ୍ୟାଗି ସମ୍ପୁଲର ଲ୍ୟାବ ରିର୍ପୋଟରୁ। ଏହାକୁ ନେଇ ଦେଶ ସାରା ଆଲୋଡନ ସୃଷ୍ଟି ହୋଇଛି। ଜାମ୍ମୁରୁ କନ୍ୟାକୁମାରୀ ଯାଏ ମ୍ୟାଗିରୁ ବିରୋଧ କରୁଛନ୍ତି ସାଧାରଣ ଲୋକ। ଏହାକୁ ନିର୍ମାଣକରୁଥିବା ନେସଲେ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି ଦିଲ୍ଲୀ ସରକାର।  ଦିଲ୍ଲୀ ସରକାରଙ୍କ ସୂଚନା ମୁତାବକ ସମ୍ପୃକ୍ତ କମ୍ପାନୀର ମୋଟ ୧୩ଟି ସାମ୍ପୁଲ ଉପରେ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୦ଟି ସାମ୍ପୁଲରେ ୨.୫ପିପିଏମର ସୀସା ଥିବା ଜଣାପଡିଥିଲା। ଯାହାକୁ ଖାଇବା ଅନୁପଯୁକ୍ତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାସହ ୫ଟି ମସଲା(ଟେଷ୍ଟମେକର)ରେ ମଧ୍ୟ ଏହାଥିବା ଜଣାପଡିଥିଲା।

ଅନ୍ୟପକ୍ଷରେ ଗତାକାଲି ମୁଜଫରପୁରରେ ଏକ ଜିଲା ଅଦାଲତ ସ୍ଥାନୀୟ ପୁଲିସକୁ ନେସ‍ଲେର ଦୁଇ ଅଧିକାରୀ ଏବଂ ମ୍ୟାଗିର ବିଜ୍ଞାପନରେ ନଜରକୁ ଆସିଥିବା ବଲିଉଡର ମହାନାୟକ ଅମିତାଭ ବଚ୍ଚନ, ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ପ୍ରୀତି ଜିଣ୍ଟାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବାକୁ ଏବଂ ଦରକାର ପଡିଲେ ଏମାନଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି।

ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପ୍ରସାଦ କାଜି ମହମ୍ମଦପୁର ଥାନାକୁ ନିର୍ଦେଶ ଦେଇ ୫ଜଣଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବା ସହ ଅଭିଯୋଗର ଯାଞ୍ଚ କରାଇବାକୁ  ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ପୁଲିସକୁ ଆହୁରି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ମାମଲାର ଯାଞ୍ଚବେଳେ ଯଦି ଆବଶ୍ୟକ ପଡେ ତେବେ ଅମିତାଭ, ମାଧୁରୀ, ପ୍ରୀତି ଓ ନେସଲେର ଦୁଇ ଅଧିକାରୀଙ୍କୁ ଗିରଫ କରାଯାଇପାରିବ। ଓକିଲ ସୁଧୀର କୁମାର ଓଝାଙ୍କ ପକ୍ଷରୁ ଦାୟର ଏକ ମାମଲାର ଶୁଣାଣିବେଳେ ଅଦାଲତ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ଆବେଦନରେ ନେସଲେର ପରିଚାଳନା ନିର୍ଦେଶକ ମୋହନ ଗୁପ୍ତା ଓ ସଂଯୁକ୍ତ ନିର୍ଦେଶକ ସବବ ଆଲମ ଏବଂ ବିଭିନ୍ନ ସମୟରେ ମ୍ୟାଗିର ବିଜ୍ଞାପନରେ ପ୍ରଚାର କରିଥିବା ୩ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀ ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ ଓ ପ୍ରୀତି ଜିଣ୍ଟାଙ୍କ ନାମ ରହିଛି। ଅଭିଯୋଗରେ ସୁଧୀର କୁମାର ଓଝା ଦର୍ଶାଇଛନ୍ତି ଯେ ସେ ମେ ୩୦ରେ ମୁଜଫରପୁରର ଲେନିନି ଚୌକର ଏକ ଦୋକାନରୁ ମ୍ୟାଗି କିଣିଥିଲେ ଏବଂ ଏହାକୁ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ। ଏଥିପାଇଁ ସେ ମ୍ୟାଗି ନିର୍ମାଣ କରୁଥିବା ନେସଲେ କମ୍ପାନୀ ଓ ମ୍ୟାଗିର ପ୍ରଚାର କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Related story