ମ୍ୟାଗି ମାମଲା: ଅମିତାଭ, ମାଧୁରୀ ଓ ପ୍ରୀତି ଜିଣ୍ଟାଙ୍କ ନାଁରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ: ମ୍ୟାଗି ନୁଡୁଲସ୍ ମାମଲାରେ ଶୁକ୍ରବାର ବିଗ୍ ବି ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ ଓ ପ୍ରୀତି ଜିଣ୍ଟାଙ୍କ ନାଁରେ ରୁଜୁ ହୋଇଛି ଏଫଆଇଆର୍। ବିହାରର ମୁଜାଫରପୁରର ଏକ ଥାନାରେ ଏହି ତିନି ଜଣ ବଲିଉଡ୍ ଷ୍ଟାରଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି। ଏହି ଅଭିନେତାମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଗତ ମଙ୍ଗଳବାର ମୁଜାଫରପୁରର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅମିତାଭ ବଚ୍ଚନ, ମାଧୁରୀ ଓ ପ୍ରୀତି ମ୍ୟାଗିର ପ୍ରମୋସନ୍ କରୁଥିଲେ। ଅନ୍ୟପକ୍ଷରେ କୋର୍ଟଙ୍କ […]

amitavmadhuree

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 10:50 AM IST

ନୂଆଦିଲ୍ଲୀ: ମ୍ୟାଗି ନୁଡୁଲସ୍ ମାମଲାରେ ଶୁକ୍ରବାର ବିଗ୍ ବି ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ ଓ ପ୍ରୀତି ଜିଣ୍ଟାଙ୍କ ନାଁରେ ରୁଜୁ ହୋଇଛି ଏଫଆଇଆର୍। ବିହାରର ମୁଜାଫରପୁରର ଏକ ଥାନାରେ ଏହି ତିନି ଜଣ ବଲିଉଡ୍ ଷ୍ଟାରଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି। ଏହି ଅଭିନେତାମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଗତ ମଙ୍ଗଳବାର ମୁଜାଫରପୁରର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅମିତାଭ ବଚ୍ଚନ, ମାଧୁରୀ ଓ ପ୍ରୀତି ମ୍ୟାଗିର ପ୍ରମୋସନ୍ କରୁଥିଲେ। ଅନ୍ୟପକ୍ଷରେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବା ପରେ ବିଗ୍ ବି ସ୍ପଷ୍ଟୀକରଣ ଦେଇଥିଲେ ଯେ ସେ ଦୁଇ ବର୍ଷ ହେଲାଣି ଆଉ ମ୍ୟାଗିର ବ୍ରାଣ୍ଡଆମ୍ବାସଡର ନଥିଲେ। ସେହିପରି ଯେକୌଣସି ଜିନିଷର ପ୍ରମୋସନ୍ ପୂର୍ବରୁ ସେ ଆଇନଗତ ଦିଗକୁ ବିଶେଷ ଦୃଷ୍ଟି ଦେଇ ଥାଆନ୍ତି।

ମ୍ୟାଗି ନୁଡୁଲ୍ସରେ ମାତ୍ରାଧିକ ମନୋସୋଡିୟମ୍ ଓ ଗଲଟାମେଟ୍ ରହିଥିବା ଜଣାପଡ଼ିବା ପରେ ଏହାକୁ ନେଇ ହଙ୍ଗାମା ଦେଖାଯାଇଛି। ଦିଲ୍ଲୀରେ ଏହାକୁ ୧୫ ଦିନ ପାଇଁ ବ୍ୟାନ କରାଯାଇଥିବା ବେଳେ ତେଲେଙ୍ଗାନା, ଜମ୍ମୁ ଓ କାଶ୍ମୀର ଆଦି ରାଜ୍ୟରେ ମଧ୍ୟ ଏହାର ବିକ୍ରି ଉପରେ ରୋକ୍ ଲଗାଯାଇଛି। ଭାରତୀୟ ସେନାର କ୍ୟାଣ୍ଟିନ୍ ଗୁଡ଼ିକରେ ମଧ୍ୟ ମ୍ୟାଗି ନୁଡୁଲ୍ସ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସିଙ୍ଗାପୁର ଓ ଇଂଲଣ୍ଡରେ ମଧ୍ୟ ଆଜି ମ୍ୟାଗି ଉପରେ କଟକଣା ଜାରି କରାଯାଇଥିବା ଓ ଏଥିରେ ମିଶୁଥିବା କେମିକାଲର ପରିମାଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।

Related story