ମହାକାଶରେ ‘ଥ୍ୟାଙ୍କସ୍ ଗିଭିଂ ସେଲିବ୍ରେସନ୍’

ୱାସିଂଟନ୍: ମହାକାଶରେ ‘ଥ୍ୟାଙ୍କସ୍ ଗିଭିଂ ସେଲିବ୍ରେସନ୍’ କରିଛନ୍ତି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଦୁଇ ମହାକାଶଚାରୀ ସ୍କଟ କେଲୀ ଓ ଚେଲି ଲେଣ୍ଡଗର୍ଣ୍ଣ । ‘ଥ୍ୟାଙ୍କସ୍ ଗିଭିଂ ଡେ’ ହେଉଛି ଆମେରିକାର ଜାତୀୟ ଛୁଟି ଦିବସ। ଶସ୍ୟ ଅମଳ ହେବା ଖୁସିରେ ପ୍ରତିବର୍ଷ ନଭେମ୍ୱର ମାସର ଚତୁର୍ଥ ଗୁରୁବାରକୁ ‘ଥ୍ୟାଙ୍କସ୍ ଗିଭିଂ ଡେ’ ଭାବେ ପାଳନ କରାଯାଇଥାଏ। ଏହି ଦିନ ପୂରା ପରିବାର ଏକାଠି ଭୋଜନ କରିବା ସହ ସମୟ କାଟିଥା’ନ୍ତି। ତେବେ ପୃଥିବୀଠାରୁ ୨୫୦ ମାଇଲ୍ ଦୂର […]

thhanks giving celibration at space station

Rakesh Mallick
  • Published: Saturday, 28 November 2015
  • , Updated: 04 May 2017, 03:44 PM IST

ୱାସିଂଟନ୍: ମହାକାଶରେ ‘ଥ୍ୟାଙ୍କସ୍ ଗିଭିଂ ସେଲିବ୍ରେସନ୍’ କରିଛନ୍ତି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଦୁଇ ମହାକାଶଚାରୀ ସ୍କଟ କେଲୀ ଓ ଚେଲି ଲେଣ୍ଡଗର୍ଣ୍ଣ । ‘ଥ୍ୟାଙ୍କସ୍ ଗିଭିଂ ଡେ’ ହେଉଛି ଆମେରିକାର ଜାତୀୟ ଛୁଟି ଦିବସ। ଶସ୍ୟ ଅମଳ ହେବା ଖୁସିରେ ପ୍ରତିବର୍ଷ ନଭେମ୍ୱର ମାସର ଚତୁର୍ଥ ଗୁରୁବାରକୁ ‘ଥ୍ୟାଙ୍କସ୍ ଗିଭିଂ ଡେ’ ଭାବେ ପାଳନ କରାଯାଇଥାଏ। ଏହି ଦିନ ପୂରା ପରିବାର ଏକାଠି ଭୋଜନ କରିବା ସହ ସମୟ କାଟିଥା’ନ୍ତି। ତେବେ ପୃଥିବୀଠାରୁ ୨୫୦ ମାଇଲ୍ ଦୂର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଦୁଇ ଆମେରିକୀୟ ମହାକାଶଚାରୀ ସ୍କଟ୍ କେଲୀ ଓ ଚେଲି ଲେଣ୍ଡଗର୍ଣ୍ଣ ‘ଥ୍ୟାଙ୍କସ୍ ଗିଭିଂ ଡେ’କୁ ପାଳନ କରିଛନ୍ତି । ଏହି ଅବସରରେ ଦୁହେଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖାଦ୍ୟ ଖାଇଥିଲେ। ଏଥିମଧ୍ୟରେ ଥିଲା ‘ଥ୍ୟାଙ୍କସ୍ ଗିଭିଂ ଡେ’ର ପାରମ୍ପରିକ ଟର୍କୀ। ଏହି ଟର୍କୀକୁ ସ୍ୱତନ୍ତ୍ର ଭାବେ ମହାକାଶ କେନ୍ଦ୍ରରେ ହିଁ ପ୍ରସ୍ତୁତ କରାଯାଇଥିଲା।

Related story