ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା, ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ

ଅଯୋଧ୍ୟା: ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅଯୋଧ୍ୟାର ବରିଷ୍ଠ ମହନ୍ତ ନିତ୍ୟ ଗୋପାଲ ଦାସ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ପାଇଁ ଭୂମି ପୂଜନ କରାଯାଇଥିଲା। ଏହି ସମୟରେ ୮୨ ବର୍ଷୀୟ ମହନ୍ତ ନିତ୍ୟ ଗୋପାଲ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ। ଏହାର ଅର୍ଥ ମହନ୍ତଙ୍କ ସଂସ୍ପର୍ଶରେ ପ୍ରଧାନମନ୍ତ୍ରୀ ଆସିଥିବାରୁ […]

m

Hemant Lenka
  • Published: Thursday, 13 August 2020
  • , Updated: 13 August 2020, 03:57 PM IST

ଅଯୋଧ୍ୟା: ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅଯୋଧ୍ୟାର ବରିଷ୍ଠ ମହନ୍ତ ନିତ୍ୟ ଗୋପାଲ ଦାସ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ପାଇଁ ଭୂମି ପୂଜନ କରାଯାଇଥିଲା। ଏହି ସମୟରେ ୮୨ ବର୍ଷୀୟ ମହନ୍ତ ନିତ୍ୟ ଗୋପାଲ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ। ଏହାର ଅର୍ଥ ମହନ୍ତଙ୍କ ସଂସ୍ପର୍ଶରେ ପ୍ରଧାନମନ୍ତ୍ରୀ ଆସିଥିବାରୁ ତାଙ୍କ ପ୍ରତି ସଂକ୍ରମଣର ଭୟ ବଢ଼ିଛି। ମୋଦିଙ୍କ ବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଆରଏସଏସ ମୁଖ୍ୟ ମୋହନ ଭାଗବତ ବି ମହନ୍ତ ନିତ୍ୟ ଗୋପାଲ ଦାସଙ୍କ ସହ ଷ୍ଟେଜ ଶେୟାର କରିଥିଲେ।

ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମହନ୍ତ ଗୋପାଲ ଦାସଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିସ୍ତୃତ ତଥ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ମଥୁରା ଜିଲ୍ଲା ମାଜିଷ୍ଟ୍ରେଟ ଓ ମେଦାନ୍ତ ହସ୍ପିଟାଲର ମୁଖ୍ୟଙ୍କ ସହ କଥା ହୋଇଛନ୍ତି। ହସ୍ପିଟାଲରେ ମହନ୍ତଜୀଙ୍କ ପାଇଁ ସବୁ ପ୍ରକାରର ସ୍ୱାସ୍ଥ୍ୟ ବ୍ୟବସ୍ଥା କରିବାକୁ ସେ କହିଥିବା ବିବୃତିରେ କୁହାଯାଇଛି।

ଅନ୍ୟପକ୍ଷରେ ମଥୁରା ଜିଲ୍ଲା ମାଜିଷ୍ଟ୍ରେଟ ଏସଆର ମିଶ୍ର କହିଛନ୍ତି ଯେ ମହନ୍ତ ନିତ୍ୟ ଗୋପାଲଦାସଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏବେ ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହନ୍ତଜୀଙ୍କର ଶରୀରରେ ଜ୍ୱର ଆସିବା ଖବର ଆମକୁ ମିଳିବା ପରେ ଡାକ୍ତରୀ ଟିମ ତାଙ୍କ ପାଖକୁ ଯାଇଥିଲେ। ତାଙ୍କୁ ତୁରନ୍ତ ମେଡିସିନ ଦିଆଯାଇଥିଲା।

ତାଙ୍କୁ ଜ୍ୱର ହେବା ସହ ସେ ଶ୍ୱାସକ୍ରିୟାରେ ସାମାନ୍ୟ କଷ୍ଟ ଅନୁଭବ କରିଥିଲେ। ଆମେ ଅମ୍ଳଜାନ ସ୍ତର ଚେକ୍‌ କରିଥିଲୁ। ଏହା ପ୍ରାୟତଃ ଠିକ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ତେବେ ଆଣ୍ଟିଜେନ କିଟ୍‌ରେ ତାଙ୍କର କରୋନା ପରୀକ୍ଷା କରାଯିବାରୁ ଏହା ପଜିଟିଭ ଆସିଛି। ଏବେ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ କହିଛନ୍ତି।

Related story