'ଦାଉଦ ଘର ଭାଙ୍ଗିବା ପରିବର୍ତ୍ତେ କଙ୍ଗନାଙ୍କ ଘର ଭାଙ୍ଗୁଛି ଉଦ୍ଧବ ସରକାର'

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର, ଶିବସେନା ଏବଂ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ମଧ୍ୟରେ ରାଜନୀତିକ ବାକ୍ ଯୁଦ୍ଧ ଜାରି ରହିଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ କଙ୍ଗନା ରଣାଓ୍ୱତଙ୍କ ଅଫିସ୍ ଭାଙ୍ଗିବାକୁ ନେଇ ଉଦ୍ଧବ ସରକାରକୁ ଘେରିଛନ୍ତି। ଫଡନାଭିସ୍ କହିଛନ୍ତି ଯେ ଦାଉଦ ଇବ୍ରାହିମର ଘର ଭାଙ୍ଗିବାକୁ ସାହାସ ନାହିଁ, କିନ୍ତୁ କଙ୍ଗନାଙ୍କ ଘର ଭାଙ୍ଗି ପାରୁଛି ଉଦ୍ଧବ ସରକାର। ଫଡନାଭିସ୍ କହିଛନ୍ତି ଯେ ଶିବସେନା କଙ୍ଗନା ପ୍ରସଙ୍ଗରେ ନିଜର ସୀମା […]

kangana-fadnavis

Subhransu Sekhar
  • Published: Friday, 11 September 2020
  • , Updated: 11 September 2020, 04:30 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର, ଶିବସେନା ଏବଂ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ମଧ୍ୟରେ ରାଜନୀତିକ ବାକ୍ ଯୁଦ୍ଧ ଜାରି ରହିଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ କଙ୍ଗନା ରଣାଓ୍ୱତଙ୍କ ଅଫିସ୍ ଭାଙ୍ଗିବାକୁ ନେଇ ଉଦ୍ଧବ ସରକାରକୁ ଘେରିଛନ୍ତି। ଫଡନାଭିସ୍ କହିଛନ୍ତି ଯେ ଦାଉଦ ଇବ୍ରାହିମର ଘର ଭାଙ୍ଗିବାକୁ ସାହାସ ନାହିଁ, କିନ୍ତୁ କଙ୍ଗନାଙ୍କ ଘର ଭାଙ୍ଗି ପାରୁଛି ଉଦ୍ଧବ ସରକାର।

ଫଡନାଭିସ୍ କହିଛନ୍ତି ଯେ ଶିବସେନା କଙ୍ଗନା ପ୍ରସଙ୍ଗରେ ନିଜର ସୀମା ଟପିଛି। ସେ କୌଣସି ନେତା ନୁହେଁ। ଦାଉଦ ଇବ୍ରାହିମଙ୍କ ଘର ଭାଙ୍ଗିବାକୁ ଆପଣଙ୍କ ସରକାର ସାହାସ କରିପାରୁନି, ହେଲେ କଙ୍ଗନାଙ୍କ ଘର ଭାଙ୍ଗି କି ବାର୍ତ୍ତା ଦେଉଛି ସରକାର? ମହାରାଷ୍ଟ୍ର ସରକାର କଙ୍ଗନା ପଛରେ ନପଡି କରୋନା ସହିତ ଯୁଦ୍ଧ କରିଥାନ୍ତେ ତେବେ କରୋନା ନିୟନ୍ତ୍ରଣରେ ରହିଥାନ୍ତା ବୋଲି ଫଡ଼ନାଭିସ କହିଛନ୍ତି। ଏ ମହାରାଷ୍ଟ୍ର ସରକାର କରୋନା ମୁକାବିଲା କରିବାକୁ ଚାହୁଁ ନାହାନ୍ତି ବୋଲି ସେ କହିଛନ୍ତି।

ସେହିପରି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ ଶୁକ୍ରବାର ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟିଛନ୍ତି। ଅଠାୱାଲେ କଙ୍ଗନା ରଣାଓ୍ୱତଙ୍କ କାର୍ଯ୍ୟାଳୟରେ ବିଏମସିର କାର୍ଯ୍ୟକୁ ନିନ୍ଦା କରିବା ସହିତ ରାଜ୍ୟପାଳଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଏହାପୂର୍ବରୁ ଗୁରୁବାର ଅଠାଓ୍ୱାଲେ କଙ୍ଗନାଙ୍କୁ ଭେଟିଥିଲେ।

ସେହିପରି ବିଶ୍ୱ ହିନ୍ଦୁ ପରିଷଦ ଏବଂ ସାଧୁମାନେ ଘୋଷଣା ଉଦ୍ଧବ ଠାକରେଙ୍କୁ ଅଯୋଧ୍ୟାକୁ ଆସିବା ଉଚିତ୍ ନୁହେଁ ବୋଲି କହିଛନ୍ତି। ଏଠାକୁ ଆସିଲେ ବିରୋଧର ସମ୍ମୁଖୀନ ହେବାକୁ ପଡିବ ବୋଲି ସାଧୁମାନେ କହିଛନ୍ତି

Related story