ଏଣିକି ସପ୍ତାହକୁ ୫ ଦିନ କାମ କରିବେ ସରକାରୀ କର୍ମଚାରୀ!

ମୁମ୍ବାଇ: ସପ୍ତାହକୁ ୬ ଦିନ ନୁହେଁ, ଏବେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ। ତେବେ ଏ ସୁବିଧା ପ୍ରଥମେ ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଆଜି ତାଙ୍କ ରାଜ୍ୟ କ୍ୟାବିନେଟ୍‌ ବୈଠକ ଏଭଳି ଅନୁମୋଦନ ଦେଇଛି। ଚଳିତ ମାସ ଶେଷ ତାରିଖ ବା ଫେବୃଆରୀ ୨୯ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ। ମହାରାଷ୍ଟ୍ର ସରକାରଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ ବର୍ତ୍ତମାନ ଦ୍ୱିତୀୟ ଓ […]

Maharastra

Maharastra

Subrat Kumar Nayak
  • Published: Wednesday, 12 February 2020
  • Updated: 12 February 2020, 05:30 PM IST

Sports

Latest News

ମୁମ୍ବାଇ: ସପ୍ତାହକୁ ୬ ଦିନ ନୁହେଁ, ଏବେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ। ତେବେ ଏ ସୁବିଧା ପ୍ରଥମେ ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଆଜି ତାଙ୍କ ରାଜ୍ୟ କ୍ୟାବିନେଟ୍‌ ବୈଠକ ଏଭଳି ଅନୁମୋଦନ ଦେଇଛି। ଚଳିତ ମାସ ଶେଷ ତାରିଖ ବା ଫେବୃଆରୀ ୨୯ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ।

ମହାରାଷ୍ଟ୍ର ସରକାରଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ ବର୍ତ୍ତମାନ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ପାଉଛନ୍ତି। ମୋଟ ୨୦ ଲକ୍ଷ ଅଧିକାରୀ ଏବଂ କର୍ମଚାରୀ ଏହି ସୁବିଧା ପାଉଛନ୍ତି।

ଏହି କ୍ୟାବିନେଟ୍‌ରେ ଆହୁରି ମଧ୍ୟ ନିଷ୍ପତ୍ତି ହୋଇଛି, ଓବିସି, ଏସ୍‌ଇବିସି, ବିମୁକ୍ତ ଜାତି ଆଣ୍ଡ ନୋମାଡିକ୍‌ ଟ୍ରାଇବ୍ସ (ଭିଜେଏନ୍‌ଟି) ଏବଂ ସ୍ପେଶାଲ ବ୍ୟାକୱାର୍ଡ କ୍ଲାସେସ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବିଭାଗ ଏବେ ବହୁଜନ କଲ୍ୟାଣ ବିଭାଗ ନାମରେ ନାମିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos