ତାମିଲନାଡୁରେ ୫୦ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ଦିନକରେ ୧୧୪ ମୃତ

ନୂଆଦିଲ୍ଲୀ: ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ମାଡ଼ି ଚାଲିଛି। ଆଜି ଦିନକରେ ପୁଣି ୨୧୭୪ ଜଣ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୧୯୩କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୪୮ ଜଣ ପ୍ରାଣ ହରାଇବାରୁ ମୃତ୍ୟୁସଂଖ୍ୟା ୫୭୬ରେ ପହଞ୍ଚି ଯାଇଛି। ଆଜି ଚେନ୍ନାଇରେ ରେକର୍ଡ ୧୨୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ତାମିଲନାଡୁ କରୋନା ଟେଷ୍ଟିଂରେ ବି ରେକର୍ଡ କରିଛି। ଆଜି ଗୋଟିଏ ଦିନରେ ୨୫,୪୬୩ […]

ghw

Hemant Lenka
  • Published: Wednesday, 17 June 2020
  • , Updated: 17 June 2020, 09:18 PM IST

ନୂଆଦିଲ୍ଲୀ: ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ମାଡ଼ି ଚାଲିଛି। ଆଜି ଦିନକରେ ପୁଣି ୨୧୭୪ ଜଣ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୧୯୩କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୪୮ ଜଣ ପ୍ରାଣ ହରାଇବାରୁ ମୃତ୍ୟୁସଂଖ୍ୟା ୫୭୬ରେ ପହଞ୍ଚି ଯାଇଛି।

ଆଜି ଚେନ୍ନାଇରେ ରେକର୍ଡ ୧୨୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ତାମିଲନାଡୁ କରୋନା ଟେଷ୍ଟିଂରେ ବି ରେକର୍ଡ କରିଛି। ଆଜି ଗୋଟିଏ ଦିନରେ ୨୫,୪୬୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ପ୍ରଥମଥର ପାଇଁ ରାଜ୍ୟରେ ଏତେ ସଂଖ୍ୟକ ଟେଷ୍ଟ କରାଯାଇ ପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ସ୍ଥିତି ପୂର୍ବଭଳି ବେକାବୁ ରହିଛି। ଆଜି ଗୋଟିଏ ଦିନରେ ୩୩୦୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୧୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୭୫ରେ ପହଞ୍ଚି ଯାଇଛି। ସେହିପରି ମୃତ୍ୟୁସଂଖ୍ୟା ୫୬୫୧ ଛୁଇଁଛି।

Related story