ଭଲ କାମ କରି ୭.୩୪ କୋଟି ଟଙ୍କାର ପୁରସ୍କାର ଜିତିଲେ ପ୍ରାଥମିକ ଶିକ୍ଷକ

ଲଣ୍ଡନ: କରୋନା ପାଇଁ ଦେଶ ଲକଡାଉନ୍, ଶଟଡାଉନ୍ ଥିବା ବେଳେ ସ୍କୁଲ୍, କଲେଜ ପାଖରୁ ଆରମ୍ଭ କରି ସବୁକିଛି ବନ୍ଦ ଥିଲା। ତେଣୁ ପାଠପଢ଼ା ପ୍ରଭାବିତ ହୋଇଛି। ଏହାରି ଭିତରେ ଦେଶର ଜଣେ ପ୍ରାଥମିକ ଶିକ୍ଷକ ନିଜସ୍ୱ ଉଦ୍ୟମରେ ବାଳିକା ଶିକ୍ଷା ପାଇଁ କାମ କରି ଉଦାହରଣ ସୃଷ୍ଟି କରିଛନ୍ତି। ଆଉ ଏଥିପାଇଁ ତାଙ୍କୁ ୭.୩୪ କୋଟି ଟଙ୍କାର ଗ୍ଲୋବାଲ୍ ଟିଚର ୨୦୨୦ ପୁରସ୍କାର ମିଳିଛି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ପରିତେଓ୍ୱଦି ଗାଁରେ ରଣଜିତସିଂହ ଦିଶାଲେଙ୍କ ଘର। […]

maharashtra-teacher

Subhransu Sekhar
  • Published: Friday, 04 December 2020
  • , Updated: 04 December 2020, 01:26 PM IST

ଲଣ୍ଡନ: କରୋନା ପାଇଁ ଦେଶ ଲକଡାଉନ୍, ଶଟଡାଉନ୍ ଥିବା ବେଳେ ସ୍କୁଲ୍, କଲେଜ ପାଖରୁ ଆରମ୍ଭ କରି ସବୁକିଛି ବନ୍ଦ ଥିଲା। ତେଣୁ ପାଠପଢ଼ା ପ୍ରଭାବିତ ହୋଇଛି। ଏହାରି ଭିତରେ ଦେଶର ଜଣେ ପ୍ରାଥମିକ ଶିକ୍ଷକ ନିଜସ୍ୱ ଉଦ୍ୟମରେ ବାଳିକା ଶିକ୍ଷା ପାଇଁ କାମ କରି ଉଦାହରଣ ସୃଷ୍ଟି କରିଛନ୍ତି। ଆଉ ଏଥିପାଇଁ ତାଙ୍କୁ ୭.୩୪ କୋଟି ଟଙ୍କାର ଗ୍ଲୋବାଲ୍ ଟିଚର ୨୦୨୦ ପୁରସ୍କାର ମିଳିଛି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ପରିତେଓ୍ୱଦି ଗାଁରେ ରଣଜିତସିଂହ ଦିଶାଲେଙ୍କ ଘର। ଏହି ୩୨ ବର୍ଷୀୟ ଶିକ୍ଷକ ଏବେ ପୁରସ୍କାର ସ୍ୱରୂପ ପାଇଥିବା ଟଙ୍କାର ଅଧା ଅନ୍ୟ ୯ ସହଯୋଗୀ ଫିନାଲିଷ୍ଟଙ୍କୁ ଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟତଃ କ୍ୟୁଆର୍ କୋଡ ଜରିଆରେ ବହି ଜରିଆରେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ସେଥିପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।

ଭାରକି ଫାଉଣ୍ଡେସନ ଦ୍ୱାରା ଗ୍ଲୋବାଲ୍ ଟିଚର ୨୦୨୦ ପୁରସ୍କାର ବିଶ୍ୱର ମୋଟ୍ ୧୦ ଜଣ ଫିନାଲିଷ୍ଟ ଥିଲେ। ସେମାନଙ୍କ ମଧ୍ୟରୁ ରଣଜିତସିଂହ ପୁରସ୍କାର ଜିତିଛନ୍ତି। ଏହି ଫାଉଣ୍ଡେସନ ୨୦୧୪ରେ ଆରମ୍ଭ ହୋଇଥିଲା।

ରଣଜିତ କହିଛନ୍ତି, କରୋନା ପାଇଁ ସାରା ଦେଶ ଲକଡାଉନ୍ ହୋଇଯାଇଥିଲା। ଯୋଗାଯୋଗ କରିବାର ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଏହି ସମୟରେ ସେ ବହିଗୁଡ଼ିକୁ ବିଭିନ୍ନ ମାତୃଭାଷାରେ ଅନୁବାଦ କରି କ୍ୟୁଆର୍ କୋଡ ମାଧ୍ୟମରେ ପଠାଇଥିଲେ। ଏହି କ୍ୟୁଆର କୋଡ୍ ମାଧ୍ୟମରେ ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ପାଠ୍ୟ ପୁସ୍ତକ ପାଉଥିଲେ। ଏହାବାଦ୍ ଅଡିଓ, ଭିଡିଓ ମାଧ୍ୟମରେ ଶିକ୍ଷା ସମ୍ପର୍କୀତ ଅନେକ କିଛି ଶିକ୍ଷଣୀୟ ଜିନିଷ ପାଉଥିଲେ।

ରଣଜିତ ଏଭଳି କାମ ୨୦୦୯ ପାଖରୁ କରି ଆସୁଛନ୍ତି। ସୋଲାପୁର ଜିଲ୍ଲାର ପରିତେଓ୍ୱାଦି ପ୍ରାଇମେରୀ ସ୍କୁଲରେ ସେ ନିଜର ପ୍ରଥମ କାମ ଆରମ୍ଭ କରିଥିଲେ। ସେ ଏଭଳି କରିବା ଦ୍ୱାରା ସଂପୃକ୍ତ ଅଞ୍ଚଳରେ ଶିଶୁ ବିବାହ, ନିରକ୍ଷରତା ଆଦିରେ ରୋକ୍ ଲାଗିଛି। ଏମିତିକି ସ୍କୁଲରେ ଝିଅଙ୍କ ଉପସ୍ଥାନ ଶତ ପ୍ରତିଶତ ରହିଛି।

ଫାଉଣ୍ଡେସନର ମୁଖ୍ୟ ସନ୍ନି ଭାରକି ମଧ୍ୟ ରଣଜିତସିଂହଙ୍କ କାମକୁ ପ୍ରଶଂସା କରଛନ୍ତି। ନଅ ଫିନାଲିଷ୍ଟଙ୍କ ନିଜର ଅଧା ଟଙ୍କା ବାଣ୍ଟି ସେ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ଦ୍ୱାରା ଦେଶର ଅନ୍ୟ ଶିକ୍ଷକ ମଧ୍ୟ ପ୍ରେରଣା ପାଇବେ। ଶିକ୍ଷକମାନେ କେବଳ ଶିକ୍ଷାଦାନ କରନ୍ତିନି ବରଂ ପାଠ ଶିକ୍ଷାର ବିକାଶ ପାଇଁ ଟଙ୍କା ମଧ୍ୟ ଦାନ କରନ୍ତି ବୋଲି ଭାରକି କହିଛନ୍ତି। ମୋଟ୍ ୧ ନିୟୁତ ଡଲାର ବା  ୭ କୋଟି ୩୪ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ପାଇଛନ୍ତି ରଣଜିତସିଂହ।

Related story