ମୁମ୍ବାଇ: ୨୦୧୫ ରେ ମହାରାଷ୍ଟ୍ରରେ ସବୁଠୁ ଠାରୁ ଅଧିକ ସଂଖ୍ୟକ କୃଷକଙ୍କ ମୃତ୍ୟୁ ଘଟିଛି। ଜାନୁଆରୀରୁ ଜୁନ ମାସ ପର୍ଯ୍ୟନ୍ତ ରାଜ୍ୟରେ ୧୩୦୦ କୃଷକଙ୍କର ମୃତ୍ୟୁ ଘଟିଛି। ଆଉ ପୂରା ୨୦୧୪ ମସିହାରେ ଘଟିଥିବା କୃଷକ ମୃତ୍ୟୁ ହାର ଠାରୁ ଏହା ୬୬% ଅଧିକ ରହିଛି। ମହାରାଷ୍ଟ୍ରର ରାଜସ୍ୱ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।
୨୦୧୪ ମସିହାରେ ରାଜ୍ୟରେ ୧,୯୮୧ଜଣ କୃଷକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୨-୧୩ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୧,୨୯୬ କୃଷକଙ୍କ ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ,ଦେଶର କୃଷକ ମୃତ୍ୟୁ ଘଟଣାରେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି ବୋଲି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରେ ରିପୋର୍ଟରୁ ଜଣାପଡିଛି।