ମହାରାଷ୍ଟ୍ରରେ ପୁଣି ଖୋଲିବ ଡ୍ୟାନ୍ସ ବାର୍

ନୂଆଦିଲ୍ଲୀ/ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଖୋଲିବ ଡ୍ୟାନ୍ସ ବାର୍। ଡ୍ୟାନସ୍ ବାରକୁ ବ୍ୟାନ୍ କରିବା ନେଇ ମହାରାଷ୍ଟ୍ର ସରକାରଙ୍କ ବିବାଦୀୟ ଆଇନ୍ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି। ତେବେ ଡ୍ୟାନ୍ସ କରୁଥିବା ମହିଳାଙ୍କ ସମ୍ମାନ ରକ୍ଷା ଲାଗି ପଦକ୍ଷେପ ନେବାକୁ କୋର୍ଟ ମହାରାଷ୍ଟ୍ର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଶ୍ଳୀଳ ଡ୍ୟାନ୍ସ ନିୟନ୍ତ୍ରଣ ଲାଗି ଲାଇସେନ୍ସ ଦେଉଥିବା କର୍ତ୍ତୃପକ୍ଷଙ୍କୁ କୋର୍ଟ କ୍ଷମତା ପ୍ରଦାନ କରିଛନ୍ତି। ଡ୍ୟାନ୍ସ ବାର ଉପରେ କଟକଣା ଲାଗୁ ନେଇ ୨୦୦୯ରେ ମହାରାଷ୍ଟ୍ର ସରକାର ଏକ […]

dancebar

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 02:29 PM IST

ନୂଆଦିଲ୍ଲୀ/ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଖୋଲିବ ଡ୍ୟାନ୍ସ ବାର୍। ଡ୍ୟାନସ୍ ବାରକୁ ବ୍ୟାନ୍ କରିବା ନେଇ ମହାରାଷ୍ଟ୍ର ସରକାରଙ୍କ ବିବାଦୀୟ ଆଇନ୍ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି। ତେବେ ଡ୍ୟାନ୍ସ କରୁଥିବା ମହିଳାଙ୍କ ସମ୍ମାନ ରକ୍ଷା ଲାଗି ପଦକ୍ଷେପ ନେବାକୁ କୋର୍ଟ ମହାରାଷ୍ଟ୍ର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଶ୍ଳୀଳ ଡ୍ୟାନ୍ସ ନିୟନ୍ତ୍ରଣ ଲାଗି ଲାଇସେନ୍ସ ଦେଉଥିବା କର୍ତ୍ତୃପକ୍ଷଙ୍କୁ କୋର୍ଟ କ୍ଷମତା ପ୍ରଦାନ କରିଛନ୍ତି। ଡ୍ୟାନ୍ସ ବାର ଉପରେ କଟକଣା ଲାଗୁ ନେଇ ୨୦୦୯ରେ ମହାରାଷ୍ଟ୍ର ସରକାର ଏକ ଆଇନ୍ ଆଣିଥିଲେ। ତେବେ ସୁପ୍ରିମକୋର୍ଟ ତାକୁ ମଧ୍ୟ ଖାରଜ୍ କରି ଦେଇଥିଲେ। ଅନ୍ୟପକ୍ଷରେ ନୂଆ ଆଇନକୁ ବିରୋଧ କରି ମହାରାଷ୍ଟ୍ର ରେସ୍ତୋରାଁ ଆସୋସିଏସନ୍ ସୁପ୍ରିମକୋର୍ଟ ଯାଇଥିଲା। ମହାରାଷ୍ଟ୍ରର ୭ ଶହରୁ ଅଧିକ ହୋଟେଲ ଓ ବାରରେ ନୃତ୍ୟ କରି ୭୫ ହଜାରରୁ ଅଧିକ ଯୁବତୀ ଓ ମହିଳା ଜୀବିକା ନିର୍ବାହ କରନ୍ତି। ୨୦୦୫ରେ ପୋଲିସ ପ୍ରଥମେ ଡ୍ୟାନସ୍ ପ୍ରଦର୍ଶନ କରୁଥିବା ହୋଟେଲ ଓ ବାର୍ ଉପରେ ଚଡାଉ କରିଥିଲା। ମାତ୍ର ବଡ଼ବଡ଼ ହୋଟେଲ ଓ ବାରକୁ ଏଥିରୁ ବାଦ୍ ଦିଆଯାଇଥିଲା। ଡ୍ୟାନ୍ସ ପ୍ରଦର୍ଶନକୁ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ମହାରାଷ୍ଟ୍ର ସରକାର ଆଇନ୍ ପ୍ରଣୟନ କରିଥିଲେ। ତେବେ ଡ୍ୟାନସର୍ସ ୟୁନିୟନ ଏହାକୁ ଜୋରଦାର ବିରୋଧ କରିଥିଲା।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମହାରାଷ୍ଟ୍ର ଡ୍ୟାନସ୍ ବାର ଆସୋସିଏସନ୍ ସ୍ୱାଗତ କରିଛି। ତେବେ ଗତବର୍ଷ କଂଗ୍ରେସ ଦ୍ୱାରା ପାସ୍ କରାଯାଇଥିବା ଆଇନକୁ ରାଜ୍ୟ ସରକାର କାଏମ୍ ରଖିଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ କହିଛନ୍ତି। ନଭେମ୍ୱର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related story