ରୟାଲ ଏନ୍‌ଫିଲ୍ଡକୁ ଟକ୍କର ଦେବ ମହିନ୍ଦ୍ରାର ଏହି ବାଇକ୍‌

ନୂଆଦିଲ୍ଲୀ: ପୁରୁଣା ଫିଲ୍ମରେ ମହିନ୍ଦ୍ରା ବିଏସ୍‌ଏ ବାଇକ୍‌ର ବ୍ୟବହାର ଆପଣ ନିଶ୍ଚେ ଦେଖିଥିବେ। ସେତେବେଳେ ବଜାରରେ ଏହି ମୋଟରସାଇକେଲ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା। ଏବେ ଏହା ପୁଣିଥରେ ଭାରତୀୟ ବଜାରକୁ ଫେରୁଛି। ଦେଶର ପ୍ରମୁଖ ଅଟୋ ମୋବାଇଲ୍‌ କମ୍ପାନୀ ମହିନ୍ଦ୍ରା ବିଏସ୍‌ଏ ଭଳି ରେଟ୍ରୋ ବାଇକ ଗୁଡ଼ିକୁ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯୋଜନା ଚଳାଇଛି। ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍‌ ଯୋଗେ ଏହି ସୂଚନା ଦେଇଛନ୍ତି। କମ୍ପାନୀ ପୁରୁଣା ଷ୍ଟାଇଲ୍‌ରେ ନୂଆ […]

bsa bike

Rakesh Mallick
  • Published: Friday, 29 December 2017
  • , Updated: 29 December 2017, 10:32 PM IST

ନୂଆଦିଲ୍ଲୀ: ପୁରୁଣା ଫିଲ୍ମରେ ମହିନ୍ଦ୍ରା ବିଏସ୍‌ଏ ବାଇକ୍‌ର ବ୍ୟବହାର ଆପଣ ନିଶ୍ଚେ ଦେଖିଥିବେ। ସେତେବେଳେ ବଜାରରେ ଏହି ମୋଟରସାଇକେଲ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା। ଏବେ ଏହା ପୁଣିଥରେ ଭାରତୀୟ ବଜାରକୁ ଫେରୁଛି। ଦେଶର ପ୍ରମୁଖ ଅଟୋ ମୋବାଇଲ୍‌ କମ୍ପାନୀ ମହିନ୍ଦ୍ରା ବିଏସ୍‌ଏ ଭଳି ରେଟ୍ରୋ ବାଇକ ଗୁଡ଼ିକୁ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯୋଜନା ଚଳାଇଛି। ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍‌ ଯୋଗେ ଏହି ସୂଚନା ଦେଇଛନ୍ତି।

କମ୍ପାନୀ ପୁରୁଣା ଷ୍ଟାଇଲ୍‌ରେ ନୂଆ ମୋଟର ସାଇକେଲ ତିଆରି କରିବା ଉପରେ କାର୍ଯ୍ୟ କରୁଛି। ଆନନ୍ଦ ମହିନ୍ଦ୍ରା ପୁରୁଣା ବିଏସ୍‌ଏ ମୋଟର ସାଇକେଲ୍‌ର ପ୍ରିଣ୍ଟ ବିଜ୍ଞାପନ ସେୟାର କରିଛନ୍ତି। ଏଥିରେ ସାଣ୍ଟା କ୍ଲଜ୍‌ ଓ ପୁରୁଣା ବିଏସ୍‌ଏ ବାଇକର ଚିତ୍ର ରହିଛି। ବର୍ତ୍ତମାନ ଲୋକେ ପୁରୁଣା ମଡେଲର ଶକ୍ତିଶାଳୀ ମୋଟର ସାଇକେଲ୍‌ କିଣିବାକୁ ପସନ୍ଦ କୁରଛନ୍ତି। ଏଥିପାଇଁ କମ୍ପାନୀ ଗୁଡ଼ିକ  ମଧ୍ୟ ଏଭଳି ମୋଟର ସାଇକେଲ ତିଆରି କରି ବେଶ୍ ଲାଭବାନ ହେଉଛନ୍ତି। ଏଣୁ ମହିନ୍ଦ୍ରା ଏବେ ଏହି ଦିଗରେ ବ୍ୟବସାୟ ଆରମ୍ଭ କରିବାକୁ ଅଣ୍ଟା ଭିଡୁଛି।

ବର୍ତ୍ତମାନ ଦେଶରେ ରୟାଲ ଏନ୍‌ଫିଲ୍ଡ,, ଡୁକାଟି, ହାର୍‌ଲେ ଡେଭିଡସନ୍, ବିଏମ୍‌ଡବ୍ଲ୍ୟୁ, ନର୍ଟନ୍ ଓ ଟ୍ରାୟମ୍ପ ଭଳି କମ୍ପାନୀ ଏକାଧିକ ମଡେଲ୍‌ର ଶକ୍ତିଶାଳୀ ବାଇକ୍‌ ଛାଡ଼ି ବେଶ ଲାଭବାନ୍‌ ହେଉଛନ୍ତି। ତେଣୁ ଏହି ସବୁ ବାଇକ୍‌କୁ କଡ଼ା ଟକ୍କର ଦେବାକୁ ମହିନ୍ଦ୍ରା ବିଏସ୍‌ଏ ବାଇକ୍ ବଜାରୁକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି।

କମ୍ପାନୀ ବିଏସ୍‌ଏ ବାଇକୁ ବିଶ୍ୱସ୍ତରରେ ଲଞ୍ଚ କରିବାକୁ ଲକ୍ଷ୍ୟ ରିଖିଥିବା କୁହାଯାଉଛି। ଏହି ବାଇକଗୁଡ଼ିକ ଆମେରିକା, ଇଂଲଣ୍ଡ, ଇଟାଲୀ ଭଳି ଦେଶ ବିକ୍ରି କରାଯିବ। ମାର୍କେଟ୍‌କୁ ଦେଖି ବାଇକ୍‌ର ଡିଜାଇନ ମଧ୍ୟ କରାଯିବ। ଜାଭା ବ୍ରାଣ୍ଡର ସବୁ ବାଇକ୍‌ ଭାରତରେ ତିଆରି ଓ ବିକ୍ରି କରାଯିବ।

Related story