ସୋସିଆଲ ମିଡିଆରେ ମହୀଶୂର ପ୍ୟାଲେସର ଅପରିଷ୍କାର ଫଟୋ ଛାଡିଲେ ମହାରାଜା

ମହୀଶୂର: ଦଶହରା ପର୍ବ ପାଳନରେ ମହୀଶୂର ପ୍ୟାଲେସର ସୌନ୍ଦର୍ଯ୍ୟ ଯେତିକି ଆକର୍ଷଣୀୟ ଥିଲା ଉତ୍ସବ ପାଳନର ପରବର୍ତ୍ତୀ ଦୃଶ୍ୟ ଥିଲା ସେତିକି ଦୁଃଖଦ। ମହୀଶୂରର ମହାରାଜା ୟଦୁବୀର ୱାଡିୟାର ଇନଷ୍ଟାଗ୍ରାମରେ ଉତ୍ସବ ପାଳନ ପରେ ସୃଷ୍ଟି ହୋଇଥିବା ଅପରିଷ୍କାର ପରିବେଶର ଫଟୋ ପୋଷ୍ଟ କରିଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଛି। ଉକ୍ତ ପୋଷ୍ଟରେ ସେ ଲେଖିଛନ୍ତି, ଆଶା କରୁଛୁ ଆମର ଏହି ପବିତ୍ର ସ୍ଥାନର ଏପରି ଚିତ୍ର ବର୍ଷ ସାରା ଆଉ ଦେଖିବାକୁ […]

mysore-palace

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 04:24 PM IST

ମହୀଶୂର: ଦଶହରା ପର୍ବ ପାଳନରେ ମହୀଶୂର ପ୍ୟାଲେସର ସୌନ୍ଦର୍ଯ୍ୟ ଯେତିକି ଆକର୍ଷଣୀୟ ଥିଲା ଉତ୍ସବ ପାଳନର ପରବର୍ତ୍ତୀ ଦୃଶ୍ୟ ଥିଲା ସେତିକି ଦୁଃଖଦ। ମହୀଶୂରର ମହାରାଜା ୟଦୁବୀର ୱାଡିୟାର ଇନଷ୍ଟାଗ୍ରାମରେ ଉତ୍ସବ ପାଳନ ପରେ ସୃଷ୍ଟି ହୋଇଥିବା ଅପରିଷ୍କାର ପରିବେଶର ଫଟୋ ପୋଷ୍ଟ କରିଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଛି। ଉକ୍ତ ପୋଷ୍ଟରେ ସେ ଲେଖିଛନ୍ତି, ଆଶା କରୁଛୁ ଆମର ଏହି ପବିତ୍ର ସ୍ଥାନର ଏପରି ଚିତ୍ର ବର୍ଷ ସାରା ଆଉ ଦେଖିବାକୁ ମିଳୁନାହିଁ।

ଏହି ଫଟୋରେ ପ୍ୟାଲେସର ଦରବାର ହଲ୍‌ରେ ବୋତଲ, ପ୍ଲେଟ୍, ଆଲୁମିନିୟମ ପାତ୍ର ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳୁଛି। ଗତ ଦୁଇ ବର୍ଷ ହେବ ମହୀଶୂରକୁ ସ୍ୱଚ୍ଛ ସହର ଉପାଧି ମିଳୁଛି। ସେ ଲେଖିଛନ୍ତି, ସହରର ପ୍ରତିଷ୍ଠିତ ବ୍ୟକ୍ତି ପରିବେଶକୁ ଏପରି ଅପରିସ୍କାର କଲେ ଏଥିରୁ ଜଣାପଡୁଛି ଯେ ସ୍ୱଚ୍ଛ ସହରର ଛବିକୁ ନେଇ ସହରବାସୀ ଚିନ୍ତିତ ନାହାନ୍ତି।

Related story