ମାଲେଗା ବିସ୍ଫୋରଣ ମାମଲାରେ ଶ୍ରୀକାନ୍ତ ପୁରୋହିତ ଏବଂ ସାଧ୍ୱୀ ପ୍ରଜ୍ଞାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ର ମାଲେଗା ବିସ୍ଫୋରଣ ମାମଲାରେ ଲେଫନାଣ୍ଟ କର୍ଣ୍ଣଲ ଶ୍ରୀକାନ୍ତ ପୁରୋହିତ ଏବଂ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ମାମଲାର ବିଚାର କରି ଆଜି ମୁମ୍ବାଇର ଏକ କୋର୍ଟ ଦୁଇଜଣଙ୍କ ବିରୋଧରେ ଥିବା ମକଦ୍ଦମାକୁ ହଟାଇ ଦେଇଛନ୍ତି। ଉଭୟଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ମାମଲା ପାଇଁ IPC ର ଧାରା ଅନୁସାରେ ମକଦ୍ଦମା ଚାଲିବ। ଏହି ମାମଲାରେ କୋର୍ଟ ଶ୍ୟାମ ସାହୁ, ପ୍ରବୀଣ ଟକ୍କଲକି ଓ କାଲ୍ସାଗରାଙ୍କୁ ଦୋଷମୁକ୍ତ କରିଛନ୍ତି। […]

purohit-pragya

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 10:08 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ମାଲେଗା ବିସ୍ଫୋରଣ ମାମଲାରେ ଲେଫନାଣ୍ଟ କର୍ଣ୍ଣଲ ଶ୍ରୀକାନ୍ତ ପୁରୋହିତ ଏବଂ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ମାମଲାର ବିଚାର କରି ଆଜି ମୁମ୍ବାଇର ଏକ କୋର୍ଟ ଦୁଇଜଣଙ୍କ ବିରୋଧରେ ଥିବା ମକଦ୍ଦମାକୁ ହଟାଇ ଦେଇଛନ୍ତି। ଉଭୟଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ମାମଲା ପାଇଁ IPC ର ଧାରା ଅନୁସାରେ ମକଦ୍ଦମା ଚାଲିବ। ଏହି ମାମଲାରେ କୋର୍ଟ ଶ୍ୟାମ ସାହୁ, ପ୍ରବୀଣ ଟକ୍କଲକି ଓ କାଲ୍ସାଗରାଙ୍କୁ ଦୋଷମୁକ୍ତ କରିଛନ୍ତି।

୨୦୦୮ ଅଗଷ୍ଟ ୨୯ରେ ମାଲେଗାରେ ଭୟାବହ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ। ଏହାପରେ ୨୦୦୮ ନଭେମ୍ବର ୨୦ରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ଲଗାଯାଇଥିଲା। ବର୍ତ୍ତମାନ ଏନଆଇଏ ମାମଲାର ତଦନ୍ତ କରୁଛି। ଏହି ମାମଲାର ପରବର୍ତ୍ତି ଶୁଣାଣି ଜାନୁଆରୀ ୧୫ରେ ହେବ।

Related story