ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟାଙ୍କ ଆବେଦନ

ଲଣ୍ଡନ: ଋଣ ଖିଲାପକାରୀ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ରିଟେନ୍‌ ସରକାର ଦେଇଥିବା ନିର୍ଦ୍ଦେଶକୁ ସେ ଆଜି କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରାଯିବା ଠିକ୍‌ ନୁହେଁ ବୋଲି ଦର୍ଶାଇ ମାଲ୍ୟା ଆଜି ୟୁକେର ହାଇକୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ଏହାର ଶୁଣାଣି କେବେ କରିବେ ତା’ ଜଣାପଡ଼ି ନାହିଁ। ମାଲ୍ୟା ଭାରତର ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ। ଏହାପରେ ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା […]

vi

Hemant Lenka
  • Published: Friday, 15 February 2019
  • , Updated: 15 February 2019, 08:46 PM IST

ଲଣ୍ଡନ: ଋଣ ଖିଲାପକାରୀ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ରିଟେନ୍‌ ସରକାର ଦେଇଥିବା ନିର୍ଦ୍ଦେଶକୁ ସେ ଆଜି କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରାଯିବା ଠିକ୍‌ ନୁହେଁ ବୋଲି ଦର୍ଶାଇ ମାଲ୍ୟା ଆଜି ୟୁକେର ହାଇକୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ଏହାର ଶୁଣାଣି କେବେ କରିବେ ତା’ ଜଣାପଡ଼ି ନାହିଁ।

ମାଲ୍ୟା ଭାରତର ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ। ଏହାପରେ ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। କିଛି ଦିନ ତଳେ ବ୍ରିଟେନ୍‌ର ଗୃହ ମନ୍ତ୍ରଣାଳୟ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ସେ ଏହା ବିରୋଧରେ ୟୁକେର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାଲ୍ୟା ଭାରତ ଫେରିବେ କି ନାହିଁ, ତାହା ହାଇକୋର୍ଟଙ୍କ ଚୂଡ଼ାନ୍ତନିଷ୍ପତ୍ତି ଉପରେ ହିଁ ନିର୍ଭର କରିବ।

Related story