ବଢ଼ିଲା ମମତାଙ୍କ ଚିନ୍ତା, ହାତ ଛାଡ଼ିଲେ ଦୁଇ ଟିଏମସି ବିଧାୟକ

କୋଲକାତା: ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)କୁ ଝଟକା ପରେ ଝଟକା ଲାଗିଛି। ପ୍ରଥମେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସମ୍ପର୍କଚ୍ଛିନ୍ନ କରିଥିବା ବେଳେ ଏବେ ବିଧାୟକ ଜିତେନ୍ଦ୍ର ତିୱାରୀ ସମାନ ପଦକ୍ଷେପ ନେଇଛନ୍ତି। ଜିତେନ୍ଦ୍ର ଆଜି ଆସନସୋଲ ପୌରପାଳିକା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ଖୁବଶୀଘ୍ର ବିଧାୟକ ଓ ଟିଏମସରୁ ମଧ୍ୟ ଇସ୍ତଫା ଦେବେ। ନିର୍ବାଚନ ପୂର୍ବରୁ ଦଳର ଦୁଇ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା […]

dg

Hemant Lenka
  • Published: Thursday, 17 December 2020
  • , Updated: 17 December 2020, 08:17 PM IST

କୋଲକାତା: ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)କୁ ଝଟକା ପରେ ଝଟକା ଲାଗିଛି। ପ୍ରଥମେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସମ୍ପର୍କଚ୍ଛିନ୍ନ କରିଥିବା ବେଳେ ଏବେ ବିଧାୟକ ଜିତେନ୍ଦ୍ର ତିୱାରୀ ସମାନ ପଦକ୍ଷେପ ନେଇଛନ୍ତି। ଜିତେନ୍ଦ୍ର ଆଜି ଆସନସୋଲ ପୌରପାଳିକା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ଖୁବଶୀଘ୍ର ବିଧାୟକ ଓ ଟିଏମସରୁ ମଧ୍ୟ ଇସ୍ତଫା ଦେବେ।

ନିର୍ବାଚନ ପୂର୍ବରୁ ଦଳର ଦୁଇ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା ଓ ବିଦ୍ରୋହ ଘୋଷଣା ମୁଖ୍ୟମନ୍ତ୍ରୀ ମମତା ଓ ଟିଏମସିର ଚିନ୍ତା ବଢ଼ାଇ ଦେଇଛି। ପ୍ରଥମେ ମନ୍ତ୍ରୀ ଓ ପରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)ରୁ ଇସ୍ତଫା ଦେଇଥିଲେ। ଗତ ମାସରେ ଶୁଭେନ୍ଦୁ ମମତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଗତକାଲି ବିଧାୟକ ପଦକୁ ମଧ୍ୟ ବାଏବାଏ କହିଥିଲେ।

ପୂର୍ବ ମେଦିନାପୁରର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ଶୁଭେନ୍ଦୁଙ୍କର ରାଜ୍ୟ ରାଜନୀତିରେ ବେଶ ଦବଦବା ରହିଛି। ସେ ନନ୍ଦିଗ୍ରାମ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଓ ବେଙ୍ଗଲରେ ମମତା ସରକାର ଗଠନ କରିବା ପଛରେ, ତାଙ୍କର ବହୁତ ବଡ଼ ଭୂମିକା ରହିଥିଲା।

ଏହାର କିଛି ସମୟରେ ପରେ ବିଧାୟକ ଜିତେନ୍ଦ୍ର ତିୱାରୀ ଆସନସୋଲ ମ୍ୟୁନିସପାଲ କର୍ପୋରେସନର ମୁଖ୍ୟ ପଦ ଛାଡ଼ିଛନ୍ତି। ଟିଏମସିର ପଶ୍ଚିମ ବର୍ଦ୍ଧନ ଜିଲ୍ଲାର ସଭାପତି ଭାବେ କାର୍ଯ୍ୟକରୁଥିବା ଜିତେନ୍ଦ୍ର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, “ମୁଁ ଆଜି ଆସନସୋଲ ମ୍ୟୁନିସପାଲ କର୍ପୋରେସନର ମୁଖ୍ୟ ପଦରୁ ଇସ୍ତଫା ଦେଉଛି। ଯଦି ମୋତେ ଏଠାରେ କାମ କରିବାକୁ ସ୍ୱାଧୀନତା ମିଳିବ ନାହିଁ, ତା’ହେଲେ ଏହି ପଦରେ ରହି ମୁଁ କ’ଣ କରିବି? ତେଣୁ ମୁଁ ଆଜି ଇସ୍ତଫା ଦେଉଛି।” ଆସନ୍ତାକାଲି ସେ କୋଲକତାରେ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ।

Related story