ମମତା ସରକାରଙ୍କ ଅଜବ ବିଜ୍ଞପ୍ତିକୁ ନେଇ ହଙ୍ଗାମା

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାରଙ୍କ ଏକ ଅଜବ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ କୁଚବେହାର ଜିଲ୍ଲାରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ସ୍କୁଲରେ ୭୦% କିମ୍ବା ତା’ରୁ ଅଧିକ ସଂଖ୍ୟକ ମୁସଲିମ ଛାତ୍ରଛାତ୍ରୀ ରହିଛନ୍ତି, ସେମାନଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଡାଇନିଂ ହଲ୍‌ ନିର୍ମାଣ କରିବେ। ଏହି ଡାଇନିଂ ହଲ୍‌ରେ ମୁସଲିମ […]

s

Hemant Lenka
  • Published: Friday, 28 June 2019
  • , Updated: 28 June 2019, 03:55 PM IST

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାରଙ୍କ ଏକ ଅଜବ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ କୁଚବେହାର ଜିଲ୍ଲାରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ଯେଉଁ ସ୍କୁଲରେ ୭୦% କିମ୍ବା ତା’ରୁ ଅଧିକ ସଂଖ୍ୟକ ମୁସଲିମ ଛାତ୍ରଛାତ୍ରୀ ରହିଛନ୍ତି, ସେମାନଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଡାଇନିଂ ହଲ୍‌ ନିର୍ମାଣ କରିବେ। ଏହି ଡାଇନିଂ ହଲ୍‌ରେ ମୁସଲିମ ଛାତ୍ରଛାତ୍ରୀମାନେ ଯେମିତି ଏକତ୍ର ବସି ଖାଇପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ଏଥିରେ କୁହାଯାଇଛି।

ସରକାର ଏକ ବିଜ୍ଞପ୍ତିର ନକଲକୁ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଟ୍ୱିଟ କରି ମମତା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସରକାରଙ୍କ ଏଭଳି ବିଜ୍ଞପ୍ତି ପଛରେ କିଛି ଅଲଗା ଉଦ୍ଦେଶ୍ୟ ରହିଛି କି? କ’ଣ ପାଇଁ ଧର୍ମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନତା ସୃଷ୍ଟି କରାଯାଉଛି? ଏହା ଆଉ ଏକ ଷଡ଼ଯନ୍ତ୍ର।”

ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲେ ହେଁ ସରକାର ଅଧିକାରୀମାନେ ଏଯାଏ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Related story