ଦାଦାଙ୍କ ପାଖରୁ ଜମି ଫେରାଇ ନେବେ ଦିଦି

କୋଲକାତା: ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ଅଛନ୍ତି। ଏବେ ସେ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି। ଯଦିଓ ଗାଙ୍ଗୁଲି ଆଗାମୀ ଦିନରେ ବିଜେପିରେ ସାମିଲ୍ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ହେଲେ ହାବଭାବରୁ ସେ ବିଜେପିରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସୌରଭ ହିଁ ବିଜେପିର ଚେହେରା ହୋଇପାରନ୍ତି ବୋଲି କୁହାଯାଉଛି। ନିକଟରେ ରାଜ୍ୟପାଳ ଜଗଦୀପ ଧନଖେଡଙ୍କୁ ଭେଟିଥିଲେ ଟିମ୍ ଇଣ୍ଡିଆର ଏହି […]

sourav-mamata

Subhransu Sekhar
  • Published: Thursday, 31 December 2020
  • , Updated: 01 January 2021, 01:12 PM IST

କୋଲକାତା: ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ଅଛନ୍ତି। ଏବେ ସେ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି। ଯଦିଓ ଗାଙ୍ଗୁଲି ଆଗାମୀ ଦିନରେ ବିଜେପିରେ ସାମିଲ୍ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ହେଲେ ହାବଭାବରୁ ସେ ବିଜେପିରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସୌରଭ ହିଁ ବିଜେପିର ଚେହେରା ହୋଇପାରନ୍ତି ବୋଲି କୁହାଯାଉଛି। ନିକଟରେ ରାଜ୍ୟପାଳ ଜଗଦୀପ ଧନଖେଡଙ୍କୁ ଭେଟିଥିଲେ ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ। ଏହାପରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୌରଭ ଯେଉଁଠି ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ସଭାପତି ଅମିତ ଶାହ ଉପସ୍ଥିତ ଥିଲେ।

ସୌରଭ ଅରଫ୍ ଦାଦା ବିଜେପି ମୁହାଁ ହୋଇପାରନ୍ତି ବୋଲି ସମ୍ଭାବନାକୁ ଦେଖି ମମତା ସରକାର ଆରମ୍ଭ କରିଛନ୍ତି ସରକାରୀ ପ୍ରକ୍ରିୟା। ସୌରଭଙ୍କୁ ତାଙ୍କ ସରକାର ଦେଇଥିବା ଜମିକୁ ଫେରାଇବା ପାଇଁ ମମତା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସୌରଭ ଗାଙ୍ଗୁଲି ଗରିବ ପରିବାରର ପିଲାମାନଙ୍କ ପାଠ ପଢ଼ାଇବା ପାଇଁ ସ୍କୁଲ ତିଆରି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏ ନେଇ ସେ ରାଜ୍ୟ ସରକାରଙ୍କ ନିକଟରେ ଏକ ଆବେଦନ କରିଥିଲେ। ୨୦୧୩ରେ ମମତା ବାନାର୍ଜୀ ସରକାର ଗାଙ୍ଗୁଲିଙ୍କୁ ସ୍କୁଲ୍ ନିର୍ମାଣ ପାଇଁ ନିଉଟାଉନର ଆକ୍ସନ୍ ଏରିଆ ୧ (ଏ) ରେ ୨ ଏକର ଜମି ଦେଇଥିଲେ। ଏହାର ମୂଲ୍ୟ ବହୁତ କମ୍ ଥିଲା।

ତେବେ ଅଗଷ୍ଟ ମାସରେ ଗାଙ୍ଗୁଲି ସ୍କୁଲ ତିଆରି ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ। ସେ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ଜମି ଫେରସ୍ତ କରିବାକୁ ଅନୁରୋଧ କରିଥିଲେ। ଏହାପରେ ସରକାର ଡିସେମ୍ବର ପର୍ଯ୍ୟନ୍ତ ଚୁପ୍ ରହିଥିଲେ। ହେଲେ ଏବେ ସୌରଭ ବିଜେପିର ନିକଟତର ହେଉଥିବା ଦେଖି ଜମି ଫେରାଇବା ନେଇ କାମ ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ : ପୁରୁଣା ଅନ୍ଦାଜରେ ମଇଦାନକୁ ଫେରିଲେ ଶ୍ରୀସନ୍ଥ

 

 

Related story