Advertisment

୩୩ ବର୍ଷ ପରେ ୧୦ମ ଶ୍ରେଣୀ ପାସ୍‌ କଲେ ବ୍ୟକ୍ତି, କରୋନାକୁ ଦେଲେ ଧନ୍ୟବାଦ

ହାଇଦ୍ରାବାଦ: ୧୦ମ ବୋର୍ଡ ପରୀକ୍ଷାରେ ପାସ୍‌ କରିବା ପାଇଁ ଦୀର୍ଘ ୩୩ ବର୍ଷ ହେଲା ପରିଶ୍ରମ କରୁଥିବା ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଶେଷରେ ସଫଳତା ମିଳିଛି। କରୋନା ସଙ୍କଟ ବେଳେ ଲୋକେ ତ୍ରାହିତ୍ରାହି ଡାକୁ ଥିବା ବେଳେ ବ୍ୟକ୍ତି ଜଣଙ୍କ କିନ୍ତୁ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ସେ କରୋନାକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ହାଇଦ୍ରାବାଦର ୫୧ ବର୍ଷୀୟ ମହମ୍ମଦ ନୁରଦ୍ଦିନ ଦୀର୍ଘ ୩ ଦଶନ୍ଧିରୁ ଅଧିକ ଦିନ ହେବ ୧୦ମ ବୋର୍ଡ ପରୀକ୍ଷାରେ ପାସ୍‌ […]

ଅଦ୍ୟତନ ହୋଇଛି
୩୩ ବର୍ଷ ପରେ ୧୦ମ ଶ୍ରେଣୀ ପାସ୍‌ କଲେ ବ୍ୟକ୍ତି, କରୋନାକୁ ଦେଲେ ଧନ୍ୟବାଦ

iu

Advertisment

ହାଇଦ୍ରାବାଦ: ୧୦ମ ବୋର୍ଡ ପରୀକ୍ଷାରେ ପାସ୍‌ କରିବା ପାଇଁ ଦୀର୍ଘ ୩୩ ବର୍ଷ ହେଲା ପରିଶ୍ରମ କରୁଥିବା ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଶେଷରେ ସଫଳତା ମିଳିଛି। କରୋନା ସଙ୍କଟ ବେଳେ ଲୋକେ ତ୍ରାହିତ୍ରାହି ଡାକୁ ଥିବା ବେଳେ ବ୍ୟକ୍ତି ଜଣଙ୍କ କିନ୍ତୁ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ସେ କରୋନାକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

Advertisment

ହାଇଦ୍ରାବାଦର ୫୧ ବର୍ଷୀୟ ମହମ୍ମଦ ନୁରଦ୍ଦିନ ଦୀର୍ଘ ୩ ଦଶନ୍ଧିରୁ ଅଧିକ ଦିନ ହେବ ୧୦ମ ବୋର୍ଡ ପରୀକ୍ଷାରେ ପାସ୍‌ ହେବାକୁ ଉଦ୍ୟମ କରୁଥିଲେ। ହେଲେ ତାଙ୍କୁ ସଫଳତା ମିଳୁ ନଥିଲା। ତେବେ କରୋନା ପାଇଁ ସୃଷ୍ଟି ହୋଇଥିବା ସ୍ଥିତି ତାଙ୍କ ଲକ୍ଷ୍ୟ ସାଧନ କରିବାରେ ସହାୟକ ହୋଇଥିଲା।

କାରଣ ତେଲେଙ୍ଗାନା ସରକାର କରୋନା ମହାମାରୀ ଯୋଗୁ ୧୦ମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ ହେବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ମହମ୍ମଦ ବିନା ପରୀକ୍ଷାରେ ମଧ୍ୟ ୧୦ମ ବୋର୍ଡ ପରୀକ୍ଷାରେ ପାସ୍‌ ହୋଇଯାଇଛନ୍ତି।

Advertisment

ହାଇଦ୍ରାବାଦର ମୁଶୀରାବାଦାରେ ଥିବା ଅଞ୍ଜୁମାନ ବାଳକ ଉଚ୍ଚବିଦ୍ୟାଳୟରେ ମହମ୍ମଦ ୱାଚମ୍ୟାନ ଭାବେ କାର୍ଯ୍ୟ କରୁଛନ୍ତି। ସେ ପ୍ରଥମଥର ୧୯୮୭ ମସିହାରେ ୧୦ମ ବୋର୍ଡ ପରୀକ୍ଷା ଦେଇଥିଲେ। ତେବେ ସେ ଇଂରାଜୀ ପରୀକ୍ଷାରେ ଫେଲ ହୋଇଯାଇଥିଲେ।

ସେବେଠାରୁ ସେ ୧୦ମ ବୋର୍ଡ ପରୀକ୍ଷା ଦେଇ ଚାଲିଥିଲେ ହେଁ କେବେ ହେଲେ ଇଂରାଜୀ ବିଷୟରେ ପାସ୍‌ କରିପାରି ନଥିଲେ। ୧୦ମ ପରୀକ୍ଷାରେ ପାସ୍‌ କରି ସେ ସରକାରୀ ଚାକିରି କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ୩୩ ବର୍ଷ ହେଲାଣି ତାଙ୍କୁ ପାସ୍‌ ହେବାର ଗୌରବ ମିଳି ନଥିଲା।

ଶେଷରେ ୨୦୨୦ରେ ସମଗ୍ର ବିଶ୍ୱରେ କରୋନାର ଆତଙ୍କ ସୃଷ୍ଟି ହୋଇଥିଲା। ଲକଡାଉନ ଓ ଶଟଡାଉନ ଯୋଗୁ ସବୁ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ପରୀକ୍ଷା ବାତିଲ ହୋଇଯାଇଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ୨୦୨୦ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷାକୁ ବାତିଲ କରି ସମସ୍ତଙ୍କୁ ପାସ୍‌ ଘୋଷଣା କରିଥିଲେ। ଏହି ମୌକାରେ ମହମ୍ମଦ ମଧ୍ୟ ୧୦ମ ଶ୍ରେଣୀ ପାସ୍‌ ହୋଇଯାଇଛନ୍ତି।

News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe