ଜିନ୍ସ ପିନ୍ଧି ନାଚିବା ପାଇଁ ସ୍ତ୍ରୀ ମନା କରିବାରୁ ଟ୍ରିପଲ୍ ତଲାକ ଦେଲେ ଯୁବକ

ମେରୁଟ୍:  ଦେଶରେ ଟ୍ରିପଲ ତଲାକ ବ୍ୟାନ୍। ହେଲେ ଏବେବି ଏହା ଚାଲୁ ରହିଛି। ଜିନ୍ସ ପିନ୍ଧି ନାଚିବା ପାଇଁ ମନା କରିବାରୁ ଜଣେ ମହିଳା ଟ୍ରିପଲ୍ ତଲାକର ଶିକାର ହୋଇଛନ୍ତି। ପରେ ଶ୍ୱଶ୍ୱର ଘରକୁ ଯାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛି। ହେଲେ ଶ୍ୱଶୁର ଘର ଲୋକେ ତାଙ୍କୁ ଅଘଟଣ ପୂର୍ବରୁ ଉଦ୍ଧାର କରିଛନ୍ତି।  ମଙ୍ଗଳବାର ରାତିରେ ୟୁପି ମେରୁଟ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ […]

triple-talaq

Subhransu Sekhar
  • Published: Wednesday, 23 December 2020
  • , Updated: 23 December 2020, 07:53 PM IST

ମେରୁଟ୍:  ଦେଶରେ ଟ୍ରିପଲ ତଲାକ ବ୍ୟାନ୍। ହେଲେ ଏବେବି ଏହା ଚାଲୁ ରହିଛି। ଜିନ୍ସ ପିନ୍ଧି ନାଚିବା ପାଇଁ ମନା କରିବାରୁ ଜଣେ ମହିଳା ଟ୍ରିପଲ୍ ତଲାକର ଶିକାର ହୋଇଛନ୍ତି। ପରେ ଶ୍ୱଶ୍ୱର ଘରକୁ ଯାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛି। ହେଲେ ଶ୍ୱଶୁର ଘର ଲୋକେ ତାଙ୍କୁ ଅଘଟଣ ପୂର୍ବରୁ ଉଦ୍ଧାର କରିଛନ୍ତି।  ମଙ୍ଗଳବାର ରାତିରେ ୟୁପି ମେରୁଟ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମେରୁଟରେ ଥିବା ନ୍ୟୁ ଇସମେଲନଗର ଅଞ୍ଚଳରେ ଏହା ଘଟିଛି।

ଅମିରୁଦ୍ଦିନ ନାମକ ବ୍ୟକ୍ତି ୮ ବର୍ଷ ତଳେ ଅନସ ନାମକ ଯୁବକଙ୍କୁ ବିବାହ କରାଇଥିଲେ। ହପୁରର ବାସିନ୍ଦା ହେଉଛି ଅନସ। ସେ ଦିଲ୍ଲୀରେ ଚାକିରି କରିଛନ୍ତି।

ଅନସର ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ "ଅନସ ତାଙ୍କୁ ଜିନ୍ସ ପିନ୍ଧି ନାଚିବା ସହିତ ଗୀତ ଗାଈବାକୁ ବାଧ୍ୟ କରିଥିଲେ। ହେଲେ ସେ ରାଜି ହୋଇନଥିଲେ। ଏ ବାବଦରେ ସ୍ଥାନୀୟ ପଞ୍ଚାୟତକୁ ସେ ଅବଗତ କରାଇଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ଏହା ପରେ ଦୁଇ ଦିନ ତଳେ ସ୍ୱାମୀ ଅନସ ଟ୍ରିପଲ୍ ତଲାକ ଦେଇଥିଲେ। ତେବେ ମଙ୍ଗଳବାର ରାତିରେ ଅନସ ବାପ ଘରକୁ ଆସି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ବାପ ଘର ଲୋକେ ଅଘଟଣରୁ ଉଦ୍ଧାର କରିଥିଲେ"।

Related story