‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’: ବଏଫ୍ରେଣ୍ଡ୍‌ ସହ ପତ୍ନୀଙ୍କୁ ବିବାହ କରାଇଲେ ସ୍ୱାମୀ

କାନପୁର: ୯୦ ଦଶକର ବଲିଉଡ୍‌ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ଦେଖିଥିବେ ନିଶ୍ଚୟ। ଏହି ଫିଲ୍ମରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସଲମାନ୍‌ ଖାଁକୁ ଭଲ ପାଉଥିଲେ। ହେଲେ ବିବାହ ହୋଇଥିଲା ଅଜୟ ଦେବଗନ୍‌ଙ୍କ ସହ। ବିବାହ ପରେ ଅଜୟ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ସଲମାନ୍‌ଙ୍କୁ ଭଲ ପାଆନ୍ତି। ଏହାପରେ ସେ ଉଭୟଙ୍କୁ ମିଶାଇବା ପାଇଁ ଚେଷ୍ଟା କରନ୍ତି। ତେବେ ଏହି କାହାଣୀ ଫିଲ୍ମରେ ଚିତ୍ରିତ ହୋଇଥିବା ବେଳେ ନିକଟରେ ରିଏଲ୍ ଲାଇଫ୍‌ରେ […]

utterpradesh

Rakesh Mallick
  • Published: Tuesday, 05 June 2018
  • , Updated: 05 June 2018, 03:59 PM IST

କାନପୁର: ୯୦ ଦଶକର ବଲିଉଡ୍‌ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ଦେଖିଥିବେ ନିଶ୍ଚୟ। ଏହି ଫିଲ୍ମରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସଲମାନ୍‌ ଖାଁକୁ ଭଲ ପାଉଥିଲେ। ହେଲେ ବିବାହ ହୋଇଥିଲା ଅଜୟ ଦେବଗନ୍‌ଙ୍କ ସହ। ବିବାହ ପରେ ଅଜୟ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ସଲମାନ୍‌ଙ୍କୁ ଭଲ ପାଆନ୍ତି। ଏହାପରେ ସେ ଉଭୟଙ୍କୁ ମିଶାଇବା ପାଇଁ ଚେଷ୍ଟା କରନ୍ତି। ତେବେ ଏହି କାହାଣୀ ଫିଲ୍ମରେ ଚିତ୍ରିତ ହୋଇଥିବା ବେଳେ ନିକଟରେ ରିଏଲ୍ ଲାଇଫ୍‌ରେ ଘଟିଛି ଏପରି ଏକ ଘଟଣା। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଉତ୍ତରପ୍ରଦେଶର କାନପୁରର ସୁଜିତ ଓରଫ୍ ଗୋଲୁ ଗୁପ୍ତାଙ୍କ ଜୀବନରେ ଘଟିଛି ଏମିତି ଘଟଣା। ଗତ ଫେବୃଆରୀ ୧୯ ତାରିଖରେ ସୁଜିତ୍‌ ତାଙ୍କ ଗାଁ ପାଖ ଯୁବତୀଙ୍କୁ  ବିବାହ କରିଥିଲେ। ତାଙ୍କ ନାଁ ଶାନ୍ତି। ହେଲେ ବିବାହ ପରେ ସୁଜିତ୍ ଜାଣିବାକୁ ପାଇଲେ ଶାନ୍ତି ରବି ନାମକ ଜଣେ ଯୁବକଙ୍କୁ ଭଲ ପାଉଛନ୍ତି। ଏହାପରେ ସୁଜିତ୍ ଉଭୟଙ୍କର ବିବାହ କରାଇଥିଲେ।

ଏକ ଗଣମାଧ୍ୟମ ଖବର ଅନୁସାରେ, ବିବାହ ପରେ ଶାନ୍ତି ତାଙ୍କ ବାପା-ମାଆଙ୍କ ପାଖକୁ ଚାଲି ଯାଇଥିଲା। ଦୀର୍ଘଦିନ ଧରି ଶାନ୍ତି ଶାଶୂଘରକୁ ନ ଆସିବାରୁ ସୁଜିତ ତାଙ୍କୁ ନ ଆସିବାର କାରଣ ପଚାରିଥିଲେ। ହେଲେ ଶାନ୍ତି ସେହି ସମୟରେ କିଛି ବି ଉତ୍ତର ଦେଇ ନଥିଲେ। ଦିନେ ଶାନ୍ତି ସୁଜିତ୍‌ଙ୍କୁ ତାଙ୍କ ବିଷୟରେ ସବୁ କିଛି କହିଥିଲେ। ଆଉ ତାଙ୍କ ସହ ଜବରଦସ୍ତି ବିବାହ ହୋଇଥିବା କହିଥିଲେ। ଏହାପରେ ସୁଜିତ୍ ଉଭୟଙ୍କ ବିବାହ କରିବାକୁ ପତ୍ନୀଙ୍କୁ କଥା ଦେଇଥିଲେ। ଏନେଇ ସେ  ତାଙ୍କ ବାପା-ମାଆଙ୍କୁ ବୁଝାଇଥିଲେ।

ଶାନ୍ତିଙ୍କ ପାଖରୁ ସବୁ ଶୁଣିଲା ପରେ ସୁଜିତ୍ ରବିଙ୍କ ସହ ଭେଟିଥିଲେ। ରବି ମଧ୍ୟ ଶାନ୍ତିଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ଏହାପରେ ସୁଜିତ୍‌ ଶାନ୍ତି ଓ ରବିଙ୍କ ବିବାହ କରିବାକୁ ପୂରା ଯୋଜନା କରିଥିଲେ। ଏହାସହ ଏନେଇ ସେ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ।

କାନପୁର ନିକଟ ଚଖେରୀ ଗାଁ ହନୁମାନ ମନ୍ଦିରରେ ସୁଜିତ୍‌ ଉଭୟଙ୍କର ବିବାହ କରାଇଥିଲେ। ଆଉ ଏହି ବିବାହରେ ବହୁ ଅତିଥି ମଧ୍ୟ ଯୋଗ ଦେଇଥିଲେ। ସୁଜିତ୍‌ ପତ୍ନୀ ଶାନ୍ତିଙ୍କ ବିବାହରେ ଖୁବ୍‌ ନାଚିବା ସହ କାନ୍ଦିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୁଜତ୍‌ଙ୍କର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି।

Related story