ମନ କୀ ବାତ୍: ଶିଶୁ ଓ ମାତୃ ମୃତ୍ୟୁହାର ନେଇ ମୋଦିଙ୍କ ଉଦବେଗ  

ନୂଆଦିଲ୍ଲୀ: ସାରା ଦେଶରେ ଘଟୁଥିବା ଶିଶୁ ଓ ମାତୃ ମୃତ୍ୟୁହାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ଦେଶରେ ପ୍ରତିବର୍ଷ ୧୩ ଲକ୍ଷ ଶିଶୁ ଏବଂ ୫୦ ହଜାର ପ୍ରସୂତିଙ୍କ ମୃତ୍ୟୁ ଘଟୁଛି। ତେଣୁ ସେମାନଙ୍କ ସୁରକ୍ଷା ନିତାନ୍ତ ଜରୁରୀ ବୋଲି ମୋଦି ଆଜି ରେଡ଼ିଓରେ ପ୍ରସାରିତ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି। ଗ୍ରାମ ବିକାଶ ସୁନିଶ୍ଚିତ ପାଇଁ ଜମି ଅଧିଗ୍ରହଣ ବିଲ୍ ଅଣାଯାଇଛି। ଏନେଇ ବିରୋଧୀ ବିଭ୍ରାନ୍ତ କରୁଥିଲେ ହେଁ, […]

modi

Rakesh Mallick
  • Published: Sunday, 30 August 2015
  • , Updated: 30 August 2015, 09:09 AM IST

ନୂଆଦିଲ୍ଲୀ: ସାରା ଦେଶରେ ଘଟୁଥିବା ଶିଶୁ ଓ ମାତୃ ମୃତ୍ୟୁହାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ଦେଶରେ ପ୍ରତିବର୍ଷ ୧୩ ଲକ୍ଷ ଶିଶୁ ଏବଂ ୫୦ ହଜାର ପ୍ରସୂତିଙ୍କ ମୃତ୍ୟୁ ଘଟୁଛି। ତେଣୁ ସେମାନଙ୍କ ସୁରକ୍ଷା ନିତାନ୍ତ ଜରୁରୀ ବୋଲି ମୋଦି ଆଜି ରେଡ଼ିଓରେ ପ୍ରସାରିତ 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ କହିଛନ୍ତି। ଗ୍ରାମ ବିକାଶ ସୁନିଶ୍ଚିତ ପାଇଁ ଜମି ଅଧିଗ୍ରହଣ ବିଲ୍ ଅଣାଯାଇଛି। ଏନେଇ ବିରୋଧୀ ବିଭ୍ରାନ୍ତ କରୁଥିଲେ ହେଁ, ଆତଙ୍କିତ ନହେବାକୁ ମୋଦି ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଗୁଜୁରାଟରେ ପଟେଲ୍ ସଂରକ୍ଷଣ ପ୍ରସଙ୍ଗ ନେଇ ମଧ୍ୟ ମୋଦି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ନିଜ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଏଭଳି ହିଂସା ଅତ୍ୟନ୍ତ ଯନ୍ତ୍ରଣାଦାୟକ।

Related story