ବର୍ଷର ଶେଷ ‘ମନ କୀ ବାତ୍‌’ରେ ବିମୁଦ୍ରାକରଣ ସଂପର୍କରେ କହିଲେ ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିରେ କ୍ୟାସ୍‌ଲେସ୍‌ କାରବାର ନେଇ ମୋଦି ୨ଟି ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି। ଗ୍ରାହକ ଓ ଛୋଟ ବେପାରୀଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରିଛନ୍ତି। ଗ୍ରାହକଙ୍କ ପାଇଁ ଲକି ଗ୍ରାହକ ଯୋଜନା ଓ ଛୋଟ ବ୍ୟାପାରୀଙ୍କ ଡିଜି ଧନ୍‌ ବ୍ୟାପାର ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଦ୍ୱାରା କ୍ୟାସ୍‌ଲେସ୍‌ ପେମେଣ୍ଟ କରୁଥିବା ଲୋକଙ୍କୁ ଦୈନିକ ପ୍ରୋତ୍ସାହନ […]

modi

Rakesh Mallick
  • Published: Sunday, 25 December 2016
  • , Updated: 25 December 2016, 02:04 PM IST

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିରେ କ୍ୟାସ୍‌ଲେସ୍‌ କାରବାର ନେଇ ମୋଦି ୨ଟି ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି। ଗ୍ରାହକ ଓ ଛୋଟ ବେପାରୀଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରିଛନ୍ତି। ଗ୍ରାହକଙ୍କ ପାଇଁ ଲକି ଗ୍ରାହକ ଯୋଜନା ଓ ଛୋଟ ବ୍ୟାପାରୀଙ୍କ ଡିଜି ଧନ୍‌ ବ୍ୟାପାର ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଦ୍ୱାରା କ୍ୟାସ୍‌ଲେସ୍‌ ପେମେଣ୍ଟ କରୁଥିବା ଲୋକଙ୍କୁ ଦୈନିକ ପ୍ରୋତ୍ସାହନ ଦିଆଯିବ। ଦୈନିକ ୧୫ହଜାର ଲୋକଙ୍କୁ ଲକି ଡ୍ର ଜରିଆରେ ୧୦୦୦ଟଙ୍କା ପୁରସ୍କାର ମିଳିବ। ଶହେ ଦିନ ପର୍ଯ୍ୟନ୍ତ ସାରା ଦେଶରେ ଏହି ପ୍ରୋତ୍ସାହନ ଯୋଜନା ଚାଲିବ। ଏହା ପରେ ଏପ୍ରିଲ ୧୪ରେ ବମ୍ପର ଡ୍ର କରାଯିବ। ଏଥିରେ କୋଟିଏରୁ ଅଧିକ ଟଙ୍କା ପୁରସ୍କାର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମୋଦି ଆହୁରି କହିଥିଲେ ଯେ ୧୦୦ ପ୍ରତିଶତ କ୍ୟାସ୍‌ଲେସ୍‌ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ନଭେମ୍ବର ୮ ପରଠାରୁ ପ୍ରାୟ ୩୦୦ ପ୍ରତିଶତ ଅଧିକ କ୍ୟାସଲେସ୍‌ କାରବାର ହୋଇଛି।

ସେହିପରି ଆଜି ବଡ଼ଦିନ ଅବସରରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related story