ଜଳ ପରମାତ୍ମାଙ୍କ ପ୍ରସାଦ, ତାର ଗୋଟିଏ ବୁନ୍ଦା ନଷ୍ଟ କରିବାକୁ ଦେବା ନାହିଁ: ମୋଦି

ନୂଆଦିଲ୍ଲୀ: ଦିନକୁ ଦିନ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ତେଣୁ ଜଙ୍ଗଲ ଓ ପାଣିକୁ ବଞ୍ଚାଇବାକୁ ପଡିବ। ପାଣି ସଂରକ୍ଷଣ କରି ରଖିବା ଆମ ଦାୟିତ୍ୱ। ପାଣି ପରମାତ୍ମାଙ୍କ ପ୍ରସାଦ ହୋଇଥିବାରୁ ଆମେ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଂରକ୍ଷଣ କରିବାକୁ ପ୍ରତିଜ୍ଞା କରିବା ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଧି ତାଙ୍କ ‘ମନ୍‌ କୀ ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।  ପ୍ରଧାନମନ୍ତ୍ରୀ କହିଥିଲେ,“ଗୁଜରାଟ ଓ ଆନ୍ଧ୍ରପ୍ରଦେଶରେ ମରୁଡ଼ି ମୁକାବିଲା କରିବା ପାଇଁ ଟେକ୍ନୋଲୋଜିର […]

mann-ki-baat

Rakesh Mallick
  • Published: Sunday, 22 May 2016
  • , Updated: 22 May 2016, 08:56 AM IST

ନୂଆଦିଲ୍ଲୀ: ଦିନକୁ ଦିନ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ତେଣୁ ଜଙ୍ଗଲ ଓ ପାଣିକୁ ବଞ୍ଚାଇବାକୁ ପଡିବ। ପାଣି ସଂରକ୍ଷଣ କରି ରଖିବା ଆମ ଦାୟିତ୍ୱ। ପାଣି ପରମାତ୍ମାଙ୍କ ପ୍ରସାଦ ହୋଇଥିବାରୁ ଆମେ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଂରକ୍ଷଣ କରିବାକୁ ପ୍ରତିଜ୍ଞା କରିବା ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଧି ତାଙ୍କ ‘ମନ୍‌ କୀ ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

 ପ୍ରଧାନମନ୍ତ୍ରୀ କହିଥିଲେ,“ଗୁଜରାଟ ଓ ଆନ୍ଧ୍ରପ୍ରଦେଶରେ ମରୁଡ଼ି ମୁକାବିଲା କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର ଭଲ ଭାବରେ କରାଯାଇଛି। ତେଲେଙ୍ଗନାର ଭାଇମାନେ ଏକାଠି ହୋଇ ‘ମିଶନ ଭାଗିରଥୀ’ ଦ୍ୱାରା ଗୋଦାବରୀ ଓ କୃଷ୍ଣା ନଦୀର ପାଣିକୁ ଉତ୍ତମ ଭାବେ ବ୍ୟବହାର କରିବାକୁ ଚେଷ୍ଟା କରିଛନ୍ତି। ସେହିପରି ‘ଜଳଯୁକ୍ତ ଶିବିର ଅଭିଯାନ” ମହାରାଷ୍ଟ୍ରକୁ ଭବିଷ୍ୟତରେ ଜଳ ସଙ୍କଟରୁ ରକ୍ଷା କରିବାକୁ ଉପଯୋଗୀ ହେଉଛି ବୋଲି ମୋର ମନେ ହେଉଛି। ରାଜସ୍ଥାନ ସରକାର ‘ମୁଖ୍ୟମନ୍ତ୍ରୀ ଜଳ ସ୍ୱାବଲମ୍ୱନ ଅଭିଯାନ’ ଚଳାଇଛନ୍ତି।”

ଏଥିସହ ରିଓ ଅଲିମ୍ପିକ୍ସ ପାଇଁ ଦେଶର ଖେଳାଳିଙ୍କୁ ଉତ୍ସାହିତ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

ଏହା ମୋଦିଙ୍କ ୨୦ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଥିଲା।

Related story