ଘର ଆଗରେ ପରିସ୍ରା କରିବାକୁ ବିରୋଧ କରିବାରୁ ବାଡ଼େଇ ମାରିଦେଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘର ଆଗରେ ପରିସ୍ରା କରିବାକୁ ନେଇ ତୁମଳକାଣ୍ଡ ଘଟିଛି। ଏହାକୁ ବିରୋଧ କରିବାରୁ ଘର ମାଲିକର ଜୀବନ ନେଇଛନ୍ତି ପରିସ୍ରା କରୁଥିବା ବ୍ୟକ୍ତିର ଦୁଇ ପୁଅ। ଦକ୍ଷିଣ ଦିଲ୍ଲୀ ସ୍ଥିତ ଗୋବିନ୍ଦପୁରୀ ଅଞ୍ଚଳରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ବ୍ୟକ୍ତି ଜଣଙ୍କର ନାମ ଲିଲୁ ବୋଲି ଜଣାପଡ଼ିଛି। ଗତକାଲି କରେଣ୍ଟ ପଳାଇଯିବାରୁ ଲିଲୁ ଓ ତାଙ୍କ ସ୍ତ୍ରୀ ପିଙ୍କି ଘର ଆଗରେ ବସିଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ […]

DELHI POLICE

Subhransu Sekhar
  • Published: Tuesday, 04 June 2019
  • , Updated: 04 June 2019, 02:39 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘର ଆଗରେ ପରିସ୍ରା କରିବାକୁ ନେଇ ତୁମଳକାଣ୍ଡ ଘଟିଛି। ଏହାକୁ ବିରୋଧ କରିବାରୁ ଘର ମାଲିକର ଜୀବନ ନେଇଛନ୍ତି ପରିସ୍ରା କରୁଥିବା ବ୍ୟକ୍ତିର ଦୁଇ ପୁଅ। ଦକ୍ଷିଣ ଦିଲ୍ଲୀ ସ୍ଥିତ ଗୋବିନ୍ଦପୁରୀ ଅଞ୍ଚଳରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

ମୃତ ବ୍ୟକ୍ତି ଜଣଙ୍କର ନାମ ଲିଲୁ ବୋଲି ଜଣାପଡ଼ିଛି। ଗତକାଲି କରେଣ୍ଟ ପଳାଇଯିବାରୁ ଲିଲୁ ଓ ତାଙ୍କ ସ୍ତ୍ରୀ ପିଙ୍କି ଘର ଆଗରେ ବସିଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ୬୫ ବର୍ଷୀୟ ବୃଦ୍ଧ ଲିଲୁଙ୍କ ଘର ଆଗରେ ପରିସ୍ରା କରୁଥିଲେ। ଏହାକୁ ଲିଲୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଲିଲୁ ବୃଦ୍ଧଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ବୃଦ୍ଧଙ୍କ ଦୁଇ ପୁଅ ଆସି ତାଙ୍କ ବାପାଙ୍କୁ ଉଦ୍ଧାର କରିଥିଲେ। ଏହି ସମୟରେ ରାସ୍ତାରେ ପଡ଼ିଥିବା ସିମେଣ୍ଟର ଏକ ସ୍ଲାବକୁ ଆଣି ବୃଦ୍ଧ ବ୍ୟକ୍ତିଙ୍କ ବଡ଼ ପୁଅ ଲିଲୁଙ୍କ ମୁଣ୍ଡରେ ଆଘାତ ଦେଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ଏମ୍ସକୁ ନେବା ବେଳେ ଲିଲୁଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇବା ସହିତ ଅଭିଯୁକ୍ତକୁ ଚିହ୍ନଟ କରିଛି। ତଦନ୍ତ ବେଳେ ଲିଲୁ ଜଣେ ପେସାଦାର ଚୋର ବୋଲି ଜଣାପଡ଼ିଛି।

Related story