ମନ୍ଦସୌର: ଜଣେ ୧୯ ବର୍ଷୀୟ ଝିଅ ପ୍ରେମିକ ସହ ଘର ଛାଡ଼ି ଚାଲଯିବା ପରେ ତାଙ୍କ ବାପା ଝିଅକୁ ମୃତ ଘୋଷଣା କରିଛନ୍ତି। ଏଥି ସହିତ ବଞ୍ଚିଥିବା ଝିଅର ସ୍ମୃତିରେ ପାରମ୍ପରିକ ଭାବେ ଶୁଦ୍ଧିକ୍ରିୟା ପାଇଁ ଆୟୋଜନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଝିଅ ଜଣଙ୍କ ଗତ ୨୫ ତାରିଖରେ ଘର ଛାଡ଼ି ପଳାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ତାଙ୍କ ବାପା ଗତକାଲି ହିଁ ନିଜ ଗାଁରେ ଥିବା କମ୍ୟୁନିଟି ସେଣ୍ଟରରେ ପାରମ୍ପରିକ ଭାବେ ଶୁଦ୍ଧିକ୍ରିୟା କରାଇଥିଲେ। ଝିଅଟି ସତରେ ମରିଥିଲେ ଯେଉଁଭଳି ଶୁଦ୍ଧିକ୍ରିୟା ହୋଇଥାନ୍ତା ସେ ଠିକ ସେଇଭଳି କରାଇଥିଲେ। ସେ ଏହି ଶୁଦ୍ଧିକ୍ରିୟା ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ଛପାଇଥିଲେ। ସେ ଗାଁ ଲୋକ ଏବଂ ବନ୍ଧୁବର୍ଗଙ୍କ ମଧ୍ୟରେ ଏହାକୁ ବାଣ୍ଟି ଦେଇଥିଲେ। କାରଣ, ତାଙ୍କ ପାଇଁ ତାଙ୍କ ଝିଅ ମରିଯାଇଛି ବୋଲି ଦୁନିଆକୁ ଜଣାଇବା ପାଇଁ ଚାହୁଁଥିଲେ।