ସ୍ତ୍ରୀକୁ ଜୁଆରେ ବାଜି ଲଗାଇଲା ସ୍ୱାମୀ, ସାଙ୍ଗମାନଙ୍କ ଦ୍ୱାରା କରାଇଲା ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ମଦ ଏବଂ ଜୁଆ କେତେ ଯେ ପରିବାର ବିଗାଡ଼ିଛି, ତା’ର ସୀମା ନାହିଁ। କିନ୍ତୁ ଏ ଦୁଇଟି ଯେତେବେଳେ ଏକାଠି ହୋଇଯାଏ ଏହାର ପରିଣାମ କେତେ ଯେ ଭୟଙ୍କର ହୁଏ ତାହା ଅନୁଭବୀ ନିଶ୍ଚୟ କହିପାରିବେ। ଏଭଳି ଏକ ଭୟଙ୍କର ତଥା ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ଏହି ଘଟଣାରେ ଜଣେ ବ୍ୟକ୍ତି ଜୁଆ ଖେଳିବା ସମୟରେ ସବୁ ଟଙ୍କା ସରିବା ପରେ ନିଜ ସ୍ତ୍ରୀକୁ ବାଜି ଲଗାଇଥିଲା। ବାଜିରେ ହାରିଯିବାରୁ ସେ ସାଙ୍ଗମାନଙ୍କ […]

bet

Subrat Kumar Nayak
  • Published: Friday, 02 August 2019
  • , Updated: 02 August 2019, 04:50 PM IST

ନୂଆଦିଲ୍ଲୀ: ମଦ ଏବଂ ଜୁଆ କେତେ ଯେ ପରିବାର ବିଗାଡ଼ିଛି, ତା’ର ସୀମା ନାହିଁ। କିନ୍ତୁ ଏ ଦୁଇଟି ଯେତେବେଳେ ଏକାଠି ହୋଇଯାଏ ଏହାର ପରିଣାମ କେତେ ଯେ ଭୟଙ୍କର ହୁଏ ତାହା ଅନୁଭବୀ ନିଶ୍ଚୟ କହିପାରିବେ। ଏଭଳି ଏକ ଭୟଙ୍କର ତଥା ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ଏହି ଘଟଣାରେ ଜଣେ ବ୍ୟକ୍ତି ଜୁଆ ଖେଳିବା ସମୟରେ ସବୁ ଟଙ୍କା ସରିବା ପରେ ନିଜ ସ୍ତ୍ରୀକୁ ବାଜି ଲଗାଇଥିଲା। ବାଜିରେ ହାରିଯିବାରୁ ସେ ସାଙ୍ଗମାନଙ୍କ ହାତରେ ତା' ସ୍ତ୍ରୀଙ୍କୁ ସମର୍ପଣ କରିଦେଇଥିଲା। ସେମାନେ ଏହାର ସୁଯୋଗ ନେଇ ତାଙ୍କ ସ୍ତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ।

ଏହି ଘଟଣା ଘଟିବା ପରେ ପୀଡ଼ିତା ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ହେଁ ପୁଲିସ୍‌ ଅଭିଯୋଗ ନଶୁଣିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜୌନପୁର ଜିଲ୍ଲାର ଜାଫରାବାଦ୍‌ ପୁଲିସ୍‌ ଷ୍ଟେସନ୍‌ରେ ଏକ ଏଫ୍‌ଆଇଆର ଦାୟର କରାଯାଇଛି।

ପୀଡ଼ିତା ଜଣକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ ସବୁ ସମୟରେ ମଦ ନିଶାରେ ବୁଡ଼ି ରହିଥା’ନ୍ତି। ତାଙ୍କ ସ୍ୱାମୀଙ୍କ ସାଙ୍ଗ ଅରୁଣ ଓ ଅନୀଲ ମଦ ପିଇବା ପାଇଁ ଏବଂ ଜୁଆ ଖେଳିବା ପାଇଁ ସବୁବେଳେ ତାଙ୍କ ଘରକୁ ଆସିଥା’ନ୍ତି। ଜୁଆ ଖେଳିବା ସମୟରେ ସେଦିନ ସେ ସବୁ ବାଜି ହାରିଗଲା ପରେ ଶେଷକୁ ତାଙ୍କୁ ମଧ୍ୟ ବାଜି ଲଗାଇଦେଇଥିଲେ। ଏଥିରେ ମଧ୍ୟ ତାଙ୍କ ସ୍ୱାମୀ ହାରିଯିବା ପରେ ତାଙ୍କୁ ଅରୁଣ ଏବଂ ଅନୀଲ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।

ତେବେ ଘଟଣା ଏତିକିରେ ସରିନଥିଲା। ପୀଡ଼ିତା ଏହି ଘଟଣା ପରେ ତାଙ୍କ ମାମୁ ଘରକୁ ଚାଲିଯାଇଥିଲେ। ତାଙ୍କ ସ୍ୱାମୀ ପୀଡ଼ିତାଙ୍କ ପିଛା କରି କରି ସେଠାରେ ପହଞ୍ଚି ତାଙ୍କୁ ଭୁଲ ମାଗିଥିଲେ। ପୀଡ଼ିତା ସ୍ୱାମୀଙ୍କୁ କ୍ଷମା କରିଦେବା ପରେ ତାଙ୍କୁ ବୁଝାସୁଝା କରି ଘରକୁ ଫେରିଯିବାକୁ ଅନୁରୋଧ କରିଥିଲେ। ତେବେ ଘରକୁ ଫେରିବା ବାଟରେ ମଧ୍ୟ ଅଭିଯୁକ୍ତ ସ୍ୱାମୀର ଦୁଇ ସାଙ୍ଗ ପୀଡ଼ିତାଙ୍କୁ ପୁଣି ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ୍‌ ବର୍ତ୍ତମାନ ଏକ ଏଫ୍‌ଆଇଆର ରୁଜୁ କରି ଏହାର ଏକ ନକଲ କୋର୍ଟଙ୍କୁ ଦେବା ସହ ତଦନ୍ତ ଆରମ୍ଭ କରିଛି।

Related story