ସ୍ତ୍ରୀ ଉପରେ ଏସିଡ୍‌ ଫିଙ୍ଗିଲେ , ତା’ପରେ ନିଜେ ପିଇଦେଲେ

ନୂଆଦିଲ୍ଲୀ: ସ୍ୱାମୀସ୍ତ୍ରୀଙ୍କ ଝଗଡ଼ା କିଭଳି ଭୟାନକ ରୂପ ନେଇପାରେ ତାର ଏକ ଉଦାହରଣ ଦିଲ୍ଲୀର ଖାରବେଳ ନଗରରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଉପରେ ଏସିଡ୍‌ ଫିଙ୍ଗିବା ପରେ ନିଜେ ଏସିଡ୍‌ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାଁ ଯଶପାଲ। ତାଙ୍କ ସ୍ତ୍ରୀଙ୍କ ନାଁ ଉମା। ଉମାଙ୍କର ଅନ୍ୟ ପୁରୁଷ ସହିତ ସଂପର୍କ ଥିବା ନେଇ ସନ୍ଦେହ କରୁଥିଲେ ଯଶପାଲ। ତେଣୁ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିଲା। ଶନିବାର ଯଶପାଲ ଉମାଙ୍କ ଉପରେ […]

acid-attack

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 12:13 PM IST

ନୂଆଦିଲ୍ଲୀ: ସ୍ୱାମୀସ୍ତ୍ରୀଙ୍କ ଝଗଡ଼ା କିଭଳି ଭୟାନକ ରୂପ ନେଇପାରେ ତାର ଏକ ଉଦାହରଣ ଦିଲ୍ଲୀର ଖାରବେଳ ନଗରରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଉପରେ ଏସିଡ୍‌ ଫିଙ୍ଗିବା ପରେ ନିଜେ ଏସିଡ୍‌ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାଁ ଯଶପାଲ। ତାଙ୍କ ସ୍ତ୍ରୀଙ୍କ ନାଁ ଉମା।
ଉମାଙ୍କର ଅନ୍ୟ ପୁରୁଷ ସହିତ ସଂପର୍କ ଥିବା ନେଇ ସନ୍ଦେହ କରୁଥିଲେ ଯଶପାଲ। ତେଣୁ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିଲା। ଶନିବାର ଯଶପାଲ ଉମାଙ୍କ ଉପରେ ଏସିଡ୍‌ ପକାଇଥିଲେ। ମା’ର ଏପରି ଅବସ୍ଥା ଦେଖି ତାଙ୍କର ଦୁଇ ପିଲା ଉମାଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ । ପିଲାଙ୍କ ଉପରେ ମଧ୍ୟ ଏସିଡ୍‌ର ଛିଟା ପଡିଥିଲା। ସ୍ତ୍ରୀ ଏବଂ ଛୁଆ ଦୁଇଜଣଙ୍କୁ ଆହତ ଅବସ୍ଥାରେ ଦେଖି ଯଶପାଲ ନିଜେ ବି ଏସିଡ୍‌ ପିଇ ଆତ୍ମହତ୍ୟା କରିଥିଲେ।

ମଧ୍ୟରାତ୍ରୀରେ ଘଟିଥିଲା ଏହି ଭୟାନକ ଘଟଣା। କେହି କିଛି ଜାଣିବା ପୂର୍ବରୁ ଶେଷ ହୋଇ ଯାଇଥିଲା ସବୁକିଛି। ରାତି ପ୍ରାୟ ସାଢେ ୩ଟା ବେଳେ ପଡୋଶୀଙ୍କର ଫୋନ୍‌ କଲ୍‌ ପାଇ ପୋଲିସ ଯଶପାଲ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡାକ୍ତର ଯଶପାଲଙ୍କୁ ମୃତ ଘୋଷଣା କରିଥିଲେ। ପିଲା ଦୁଇଟି ସୁସ୍ଥ ଥିବା ବେଳେ ଉମାଙ୍କ ଶରୀରର ୪୫ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉମାଙ୍କ ମା’ ଯଶୋଦା  କହିଛନ୍ତି, “ଯଶପାଲ ପ୍ରତିଦିନ ଉମାକୁ ପିଟୁଥିଲେ। ମୋ ଝିଅ କେବେ ବି  ତା ସ୍ୱାମୀର ବିଶ୍ୱାସକୁ ଭାଙ୍ଗି ନାହିଁ। ମୁଁ ଏହା ମଧ୍ୟ ଜାଣି ନାହିଁ ଯଶପାଲ କ’ଣ ପାଇଁ ଏପରି ଭାବୁଥିଲେ ଯେ ମୋ ଝିଅ ତାଙ୍କୁ ଧୋକା ଦେଉଛି। ଏପରି କରିବା ପୂର୍ବରୁ ଯଶପାଲଙ୍କୁ ଥରେ ତାଙ୍କ ପିଲାଙ୍କ ବିଷୟରେ ଚିନ୍ତା କରିବା ଦରକାର ଥିଲା।”

Related story