୩ଟି ସୁଟକେସ ଓ ୨ଟି ବ୍ୟାଗ୍‌ରେ ଟଙ୍କା ଭର୍ତ୍ତି କରି ଦୁବାଇ ଯାଉଥିଲେ, କିନ୍ତୁ..

ଲଣ୍ଡନ: ଚେକଗଣରାଜ୍ୟର ଜଣେ ମହିଳା ଓ ଜଣେ ପୁରୁଷ ୩ଟି ସୁଟକେଟ୍‌ ଓ ୨ଟି ହାତ ବ୍ୟାଗ୍‌ରେ ଟଙ୍କା ଭର୍ତ୍ତି କରି ଲଣ୍ଡନରୁ ଦୁବାଇ ଯାଉଥିବା ବେଳେ ଧରାପଡ଼ିଛନ୍ତି। ଲଣ୍ଡନର ହେଥ୍ରୋ ବିମାନ ବନ୍ଦରରେ ଏମାନେ ବିମାନରେ ବସିବାକୁ ଯାଉଥିବା ବେଳେ ସରକାରୀ ଅଧିକାରୀମାନେ ଏମାନଙ୍କୁ କାବୁ କରିଛନ୍ତି। ସେମାନଙ୍କ ଠାରୁ ୧.୨ ନିୟୁତ ପାଉଣ୍ଡ ବା ୧.୫୮ ନିୟୁତ ଡଲାର ଜବତ କରାଯାଇଛି। ଏବେ ଉଭୟଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟରେ ମାମଲା ରୁଜୁ କରାଯାଇଛି। […]

n

Hemant Lenka
  • Published: Saturday, 14 November 2020
  • , Updated: 14 November 2020, 05:09 PM IST

ଲଣ୍ଡନ: ଚେକଗଣରାଜ୍ୟର ଜଣେ ମହିଳା ଓ ଜଣେ ପୁରୁଷ ୩ଟି ସୁଟକେଟ୍‌ ଓ ୨ଟି ହାତ ବ୍ୟାଗ୍‌ରେ ଟଙ୍କା ଭର୍ତ୍ତି କରି ଲଣ୍ଡନରୁ ଦୁବାଇ ଯାଉଥିବା ବେଳେ ଧରାପଡ଼ିଛନ୍ତି। ଲଣ୍ଡନର ହେଥ୍ରୋ ବିମାନ ବନ୍ଦରରେ ଏମାନେ ବିମାନରେ ବସିବାକୁ ଯାଉଥିବା ବେଳେ ସରକାରୀ ଅଧିକାରୀମାନେ ଏମାନଙ୍କୁ କାବୁ କରିଛନ୍ତି।

ସେମାନଙ୍କ ଠାରୁ ୧.୨ ନିୟୁତ ପାଉଣ୍ଡ ବା ୧.୫୮ ନିୟୁତ ଡଲାର ଜବତ କରାଯାଇଛି। ଏବେ ଉଭୟଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଧରା ପଡ଼ିଥିବା ବ୍ୟକ୍ତିଙ୍କ ବୟସ ୩୬ ବର୍ଷ ଓ ମହିଳାଙ୍କ ବୟସ ୨୬ ବର୍ଷ। ଏମାନଙ୍କୁ ବର୍ଡର ଅଫିସିଆଲମାନେ ଅଟକ ରଖି ନଭେମ୍ବର ୮ରେ ଯାଞ୍ଚ କରିଥିଲେ।

ସେମାନଙ୍କ ପାଖରେ ଥିବା ୩ଟି ସୁଟକେସ୍‌ ଓ ୨ଟି ହ୍ୟାଣ୍ଡ ଲଗେଜ୍‌ ବ୍ୟାଗ୍‌ରେ ଟଙ୍କା ଗୁଡ଼ିକ ରହିଥିଲା। ଲଣ୍ଡନରୁ ଏମାନେ ଅଘୋଷିତ ଟଙ୍କାକୁ ନେଇ ଦୁବାଇ ଯାଉଥିଲେ। ଏହା ପଛରେ ଗୋଟିଏ ବଡ଼ ଗ୍ୟାଙ୍ଗ ରହିଥିବା ସରକାର ସନ୍ଦେହ କରିଛନ୍ତି। ଗତ ମାସରେ ଲଣ୍ଡନରୁ ଦୁବାଇ ଯାଉଥିବା ଜଣେ ମହିଳାଙ୍କ ଠାରୁ ୧.୯ ନିୟୁତ ପାଉଣ୍ଡର କ୍ୟାଶ ଜବତ କରାଯାଇଥିଲା।

Related story