ନୂଆଦିଲ୍ଲୀ: ଦେଶବାସୀଙ୍କୁ ଆଜି ମନ୍ କି ବାତ୍ ଜରିଆରେ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଅଙ୍ଗଦାନ କରିବା ପାଇଁ ମୋଦି ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। କିଡନୀ, ହାର୍ଟ, ଲିଭର ପ୍ରତିରୋପଣ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି। ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ତାମିଲନାଡୁ ଦେଶର ଶୀର୍ଷରେ ରହିଛି। ଏଥିସହ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସାଂସଦଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୋଦି। ଜାନୁୟାରୀ ୧ରୁ ନନ୍ ଗେଜେଟେଡ୍ ପଦ ଲାଗି ଇଣ୍ଟରଭ୍ୟୁ ଉଚ୍ଛେଦ ହେବ ବୋଲି ମୋଦି କହିଛନ୍ତି। ଗୋଲଡ ମଡର୍ଣ୍ଣାଇଜେସନ୍ ସ୍କିମ୍ କାର୍ଯ୍ୟକାରୀ ହେବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ବ୍ୟାଙ୍କରେ ସୁନା ଜମା ରଖିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ଶୀଘ୍ର ଅଶୋକ ଚକ୍ର ଥିବା ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ ହେବ। ଦିପାବଳୀ ବେଳେ ଶିଶୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ମୋଦି କହିଛନ୍ତି। ଭାରତ-ଆଫ୍ରିକା ସମ୍ପର୍କ ବୃଦ୍ଧି ଉପରେ ଫୋକସ୍ ରହିବ ବୋଲି ସେ କହିଛନ୍ତି।