ମଣିପୁର: ଚୁରାଚାନ୍ଦପୁରରେ ହିଂସା, ୪ ମୃତ, ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

ଇମ୍ଫାଲ: ମଣିପୁରରେ ବିଧାନ ସଭାରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସକୁ ବରୋଧ କରି ଚୁରାଚାନ୍ଦପୁର ଜିଲ୍ଲାର ରହୁଥିବା ଆଦିବାସୀମାନେ ବ୍ୟାପକ ହିଂସା ଘଟାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ହୋଇଥିବା ହିଂସାକାଣ୍ଡରେ ୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ହିଂସାକାଣ୍ଡକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମଗ୍ର ସହରରେ ଅନିଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଗତକାଲି ମେଡିକାଲରେ ୨୦ ଜଣ ଲୋକ ଭର୍ତ୍ତି […]

Manipur: 3 killed, curfew in Churachandpur after mob fury

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 08:06 AM IST

ଇମ୍ଫାଲ: ମଣିପୁରରେ ବିଧାନ ସଭାରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସକୁ ବରୋଧ କରି ଚୁରାଚାନ୍ଦପୁର ଜିଲ୍ଲାର ରହୁଥିବା ଆଦିବାସୀମାନେ ବ୍ୟାପକ ହିଂସା ଘଟାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ହୋଇଥିବା ହିଂସାକାଣ୍ଡରେ ୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ହିଂସାକାଣ୍ଡକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମଗ୍ର ସହରରେ ଅନିଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଗତକାଲି ମେଡିକାଲରେ ୨୦ ଜଣ ଲୋକ ଭର୍ତ୍ତି ହୋଇଥିବା ବେଳେ ୭ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଉତ୍ତ୍ୟକ୍ତ ଆଦିବାସୀମାନେ ଜଣେ ମନ୍ତ୍ରୀ, ଜଣେ ସାଂସଦ ଓ ୫ଜଣ ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା କଥା ଯେ, ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୩ ଜଣ ନାଗରିକଙ୍କ ମୃତ ଦେହ ବିଧାୟକ ମଙ୍ଗା ଭାଇପେଇଙ୍କ ବାସଭବନ ନିକଟରୁ ମଙ୍ଗଳବାର ସକାଳୁ ମିଳିଛି। ଏ ନେଇ ତଦନ୍ତ ଜାରି ରହିବା ସହ ସହରରେ ଶାନ୍ତି ଶୃଙ୍ଗଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଯେଉଁ ତିନି ବିଲକୁ ନେଇ ମଣିପୁରର ଚୁରାଚାନ୍ଦପୁରରେ ବ୍ୟାପକ ହିଂସା ସଂଗଠିତ ହୋଇଛି ସେହି ବିଲ ଗୁଡିକ ହେଲା ପ୍ରୋଟେକ୍ସନ ଅଫ୍ ମଣିପୁର ପିପୁଲ ବିଲ-୨୦୧୫, ମଣିପୁର ଲ୍ୟାଣ୍ଡ ରେଭେନ୍ୟୁ ଆଣ୍ଡ ରିଫର୍ମ ବିଲ୍ (୭ମ ସଂଶୋଧନ)-୨୦୧୫ ଏବଂ ମିଣିପୁର ସପ୍ ଆଣ୍ଡ ଇଷ୍ଟାବ୍ଲିସମେଣ୍ଟ (ଦ୍ୱିତୀୟ ସଂଶୋଧନ) ବିଲ୍-୨୦୧୫। ଏହାକୁ ବିରୋଧ କରି ଗତକାଲି ତିନିଟି ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା।

Related story