ମଣିପୁରରେ ଆତଙ୍କୀ ହମ୍‌ଲାରେ ଦୁଇ ସୁରକ୍ଷାକର୍ମୀ ସହିଦ, ୮ ଜଣ ଆହତ

ଇମ୍ଫାଲ: ମଣିପୁରର ଚାଣ୍ଡେଲ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ରାଜ୍ୟ ପୋଲିସ୍‌ର ଦୁଇ ଜଣ  ଯବାନ ସହିଦ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସହିଦ ସୁରକ୍ଷାକର୍ମୀ ଦ୍ୱୟ ହେଲେ ଆୟୁବ ଖାନ୍ ଓ ନାଗାରେଇ ମାରିଙ୍ଗ। ପ୍ରଥମ ଘଟଣାଟି ସୀମାନ୍ତ ସହର ମୋରେଚ୍‌ଠାରୁ ୨୧ କିଲୋମିଟର ଦୂର ଲୋକଚାଓରେ ଘଟିଛି। ଏଠାରେ ଆତଙ୍କବାଦୀମାନେ ପୋଲିସ୍‌ର ଏକ ପାଟ୍ରୋଲିଂ ଟିମ୍ ଉପରେ […]

manipurattack

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 11:02 AM IST

ଇମ୍ଫାଲ: ମଣିପୁରର ଚାଣ୍ଡେଲ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ରାଜ୍ୟ ପୋଲିସ୍‌ର ଦୁଇ ଜଣ  ଯବାନ ସହିଦ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସହିଦ ସୁରକ୍ଷାକର୍ମୀ ଦ୍ୱୟ ହେଲେ ଆୟୁବ ଖାନ୍ ଓ ନାଗାରେଇ ମାରିଙ୍ଗ।

ପ୍ରଥମ ଘଟଣାଟି ସୀମାନ୍ତ ସହର ମୋରେଚ୍‌ଠାରୁ ୨୧ କିଲୋମିଟର ଦୂର ଲୋକଚାଓରେ ଘଟିଛି। ଏଠାରେ ଆତଙ୍କବାଦୀମାନେ ପୋଲିସ୍‌ର ଏକ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିବାରୁ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।

ଅନ୍ୟ ଘଟଣାଟି ଘଟିଛି ଜିଲ୍ଲାର ବୋଙ୍ଗୟାଙ୍ଗରେ। ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

Related story